ଢେଙ୍କାନାଳ ନୁଆଶାସନ ଛକରେ ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ

1 min read
Spread the love

ଢେଙ୍କାନାଳ ନୁଆଶାସନ ଛକ ଠାରେ ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ ହୋଇଯାଅଛି । ଏହାକୁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ ଓ ମଣ୍ଡଳ ଅଧିକାରୀ ସୁଧ କୁମାର ନାୟକ ଏବଂ ଅଂଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ବ୍ୟାଙ୍କରେ ସମସ୍ତ ବ୍ୟାଙ୍କିଙ୍ଗ୍‌ ସେବା ସହିତ ସମସ୍ତ ପ୍ରକାରର ରଣର ସୁବିଧା ଉପଲବ୍ଧ ଅଛି । ଏଥୁସହିତ ବ୍ୟାଙ୍କ ଲକରର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି । ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଓଡିଶା ମୁଖ୍ୟ ବିପ୍ଳବ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲାର ଆକ୍ସିସ୍ ବ୍ୟାଙ୍କ କ୍ଲଷ୍ଟର ହେଡ୍‌ ବିଭୁଦତ ମିଶ୍ର, ବ୍ୟାଙ୍କର ଶାଖା ପରିଚାଳକ ମାନସ ରଞ୍ଜନ ବେହେରା ଏବଂ କ୍ଲଷ୍ଟର ଆକ୍ୟୁଜେସନ୍ ହେଉ ଅଂଶୁମାନ ଷଡଙ୍ଗୀ, ସହକାରୀ ମୁଖ୍ୟ ସୁମନ୍ତ ଆଚାର୍ଯ୍ୟ ଏବଂ ସାଲାରୀ ବ୍ୟାପାର ମୁଖ୍ୟ ରବି ଶଙ୍କର ନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟାଙ୍କର ଓଡିଶା ମୁଖ୍ୟ ଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲାପାଳ ମହୋଦୟ ବ୍ୟାଙ୍କର ଉତ୍ତମ ସେବା ଏବଂ ସୁବିଧା ବିଷୟ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମଟି ବ୍ୟାଙ୍କର ସମସ୍ତ କର୍ମଚାରୀ ଯଥା:- ରଶ୍ମି ରଞ୍ଜନ ବସ୍ତିଆ, କ୍ଷୀରୋଦ କୁମାର ନାୟକ, ଅଜିତ୍ ସିଂ, ଦିବ୍ୟ ରଞ୍ଜନ ମହାନ୍ତି, ହିମାଂଶୁ ଶେଖର ମଳିକ ଓ କାଜଲ୍ ବେଗମ୍‌ଙ୍କ ଦ୍ଵାର ସୁଚାର ରୂପେ ପରିଚାଳନା ହୋଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!