ବରିଷ୍ଠ ନାଗରିକ ସଙ୍ଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
1 min read
ବଲାଙ୍ଗୀର ସ୍ଥିତ ଟିଟଲାଗଡ ସ୍ଥିତ ସ୍ଥାନୀୟ ଜୈନ ଭବନ ଠାରେ ବରିଷ୍ଠ ନାଗରିକ ସଂଘ, ଟିଟିଲାଗଡ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସଂଘର ସଭାପତି ଡ.ଘନଶ୍ୟାମ ଜୈନଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅନେକ ସଂଗଠନାତ୍ମକ ବିଷୟ ଉପରେ ଆଲୋଚନା ହୋଇ ଥିଲା। ବରିଷ୍ଠ ନାଗରିକ ମାନଙ୍କୁ ସଂଘ ସହିତ ଯୋଡି ହେବାକୁ ଆହ୍ୱାନ ଦେଇ ସଦସ୍ୟତା ଅଭିଯାନ ଉପରେ ଗୁରୁତ୍ୱ ଦେଇ ଅନେକ ସଦସ୍ୟଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ସଂଘ ର ନିଜସ୍ୱ କାର୍ଯ୍ୟାଳୟ ପାଇଁ ଜାଗା ବିଷୟ ରେ ପ୍ରଶାସନିକ ଅଧିକାରୀ ଙ୍କୁ ଅନୁରୋଧ କରିବା ପାଇଁ ସ୍ଥିର ହୋଇ ଥିଲା। ସମ୍ପାଦକ ଭିକାରୀ ଚରଣ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିବା ସହିତ ସଂଘ ଦ୍ୱାରା କରାଯାଇଥିବା କାର୍ଯ୍ୟ ର ବିବରଣୀ ଦେଇ ଥିଲେ।

ଏହି ଅବସର ରେ ଜାତୀୟ ସ୍ତର ରେ ଶିଶୁ ସାହିତ୍ୟ ବା ବାଳ ସାହିତ୍ୟ ପୁରସ୍କାର ପାଇଁ କବି ଯୁଗଳ କିଶୋର ଷଡଙ୍ଗୀ ଙ୍କୁ ମନୋନୀତ କରି ଥିବାରୁ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ନାଗରିକ କମିଟି ପକ୍ଷରୁ ଅନେକ ବରିଷ୍ଠ ନାଗରିକ ଙ୍କୁ ଜଡ଼ିତ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହ କିଭଳି ସାଧାରଣ ଲୋକ ଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିବା ତଥା ସମସ୍ତ ସୁବିଧା ସୁଯୋଗ ଜନସାଧାରଣ ଙ୍କୁ ମିଳି ପାରିବ ସେ ନେଇ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଏଥିରେ ବୈରି ଗଞ୍ଜନ ମିଶ୍ର, ହିମାଂଶୁ ଦାସ, ଡ.ଗୋବର୍ଦ୍ଧନ ସାହୁ, ଅକ୍ଷୟ ବେହେରା ଆଦି ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ବୈଠକର ଶେଷ ପର୍ଯ୍ୟାୟରେ ହାସ୍ୟ କବିତା ପାଠ କରାଯାଇଥିଲା ।