ବନ୍ଧମୁଣ୍ଡା ପୋଲିସ ପକ୍ଷରୁ ହେରୋଇନ ଜବତ : ଗାଡ଼ି ସହିତ ଜଣେ ଗିରଫ
1 min read
ରବିବାର ରାତ୍ରରେ ବନ୍ଧମୁଣ୍ଡା ଥାନା ପୋଲିସ ବେଆଇନଭାବେ ହେରୋଇନ ନେଇ ଯାଉଥିବା ଜଣେ ଯୁବକ ଧରିବା ସହ 75.78 ଗ୍ରାମ ହେରୋଇନ ଜବତ କରିଛି। ସୂଚନା ମୁତାବକ ରାଉରକେଲାରୁ ବିସ୍ରା ଯାଉଥିବା ଏକ ଟେମ୍ପୋରେ ଜଣେ ବ୍ୟକ୍ତି ହେରୋଇନ ନେଇ ଯାଉଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରି କାପାଟମୁଣ୍ଡା ଛକ ନିକଟରେ ଆଲାମ ନାମକ ଜଣେ ଯୁବକକୁ ଗିରଫ କରିବା ସହ ତା ନିକଟରୁ ହେରୋଇନ ଜବତ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଆଲାମ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ସହିତ ନଗଦ ୪ହଜାର ୫୦୦ଟଙ୍କା ଉଦ୍ଧାର କରିଛି। ଆଲାମ୍କୁ ସୋମବାର ପୋଲିସ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଛି। ଜବତ ହେରୋଇନର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।