Skip to content
ଢେଙ୍କାନାଳରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ନିଶା ସେବନ ଠାରୁ ଦୂରେଇ ରୁହନ୍ତି, ବିଶେଷ କରି ଛାତ୍ରଛାତ୍ରୀମାନେ ସୁସ୍ଥ ଏବଂ ସବଳ ସମାଜ ଗଠନ ନିମନ୍ତେ ନିଶା ଅପବ୍ୟବହାରକୁ ରୋକିବା ନିମନ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି। ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନେ ନିଶା ସେବନ ହ୍ରାସ ଏବଂ ଏଥୁରୁ ମୁକ୍ତି ନିମନ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ନିଜେ ସଚେତନ ହୋଇ ଏବଂ ଅନ୍ୟଙ୍କୁ ଏହାର କୁପରିଣାମ ସମ୍ପର୍କରେ ସଚେତନ କରିପାରିଲେ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରତ୍ୟେକଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଦ୍ବାରା ନିଶା ସେବନରୁ ନିବୃତ କରାଯାଇପାରିବ ବୋଲି ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି। ନିଶା ଅଭ୍ୟସ୍ତଙ୍କୁ ଘୃଣା ନ କରି ସେମାନେ ଯେପରି ନିଶା ସେବନ ନ କରିବେ ସେଥି ପ୍ରତି ଯବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ପ୍ରଜାପିତା ବ୍ରହ୍ମଦୁମାରୀ ର ଉଷା ଦେବୀ, ପ୍ରଫେସର ଅନିରୁଦ୍ଧ ଖୁଲାର, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରମୁଖ ନିଶା ସେବନ ଦ୍ଵାରା ଶାରୀରିକ ଏବଂ ମାନସିକ ସ୍ତରରେ କିଭଳି ଅପୂରଣୀୟ କ୍ଷତି ଘଟିବା ସମ୍ପର୍କରେ ଆଲୋକପାତ କରିଥିଲେ। ଅବକାରୀ ନିରୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ନିଶା ସେବନ, ଅବୈଧ ଚାଲଣ ଓ ଏହାର ଅପବ୍ୟବହାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅବନୀ ମିଶ୍ର ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟଠାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚେତନା, ଐରା ଏବଂ ପ୍ରଜାପିତା ବ୍ରହ୍ମ କୁମାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅବକାରୀ ବିଭାଗର କର୍ମକର୍ତ୍ତାଗଣ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲା ଲେଖକ ସଂସଦ ଠାରେ ପହଞ୍ଚିଥିଲେ ।
Post Views: 228
error: Content is protected !!