ବର୍ଷା ସମୟରେ ସ୍ମାର୍ଟ ସିଟିରେ ସ୍ମାର୍ଟ ଜଳ ଫୁଆରାର ଦୃଶ୍ୟ
1 min read
ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ନୂଆ କଥା ନୁହେଁ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦାୟିତ୍ୱରେ ଥିବା ୱାଟ୍କୋ ସଂସ୍ଥା ଏହିପରି ଅବ୍ୟବସ୍ଥା ସମ୍ପର୍କରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ ରାଉରକେଲା ସହରର ହନୁମାନ ବାଟିକା ମୁଖ୍ୟରାସ୍ତା ଦେଇ ଯାଇଥିବା ପାନୀୟ ଜଳ ପାଇପ୍ ସୋମବାର ଦିନ ଫାଟି ଜଳ ଫୁଆରା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ପାଣି ପାଇପ୍ ଫାଟିବା ଦୃଶ୍ୟ ବା ଜଳଫୁଆରା କେବେ ବନ୍ଦ ହେଉଛି ତାହା ଦେଖିବାକୁ ବାକି ରହିଲା।