ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ

1 min read
Spread the love

ମିଳିତ ଜାତିସଂଘ ଦ୍ଵାରା ଘୋଷିତ  “ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଅନ୍ତର୍ଜାତୀୟ ଦିବସ” ପ୍ରତିବର୍ଷ ଜୁନ୍ ୨୬ ରେ ଅନୁଷ୍ଠିତ ହୋଇଥାଏ। ନିଶା ସେବନ ତଥା ଅବୈଧ ଡ୍ରଗ୍ ବା ନିଶାଦ୍ରବ୍ୟ କାରବାରକୁ ରୋକିବା ଦିଗରେ ସଚେତନତା ଜାଗ୍ରତ ତଥା ସହଯୋଗ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହି ଦିନଟି ପାଳନ କରାଯାଏ। ଜୁନ୍‌ ୨୬ ତାରିଖ ହେଉଛି ଗୁଆଙ୍ଗଡୋଙ୍ଗର ହୁମେନରେ ଅଫିମ ବାଣିଜ୍ୟକୁ ଲିନ ଜେକ୍ସୁଙ୍କ ବିଲୋପକୁ ସ୍ମରଣ କରିବା ଦିବସ। ଚୀନ ଦେଶରେ ସଙ୍ଗଠିତ ହୋଇଥିବା ପ୍ରଥମ ଆଫିମ୍ ଯୁଦ୍ଧର କିଛି ଦିନ ପୂର୍ବରୁ ଏହି ଘଟଣା ୨୫ ଜୁନ୍ ୧୮୩୯ ରେ ଘଟିଥିଲା। ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସର ଚଳିତ ବର୍ଷ ପାଇଁ ବିଷୟବସ୍ତୁ ରହିଛି “ଜନ ସାଧାରଣ ପ୍ରଥମେ: କଳଙ୍କ ଏବଂ ଭେଦଭାବ ବନ୍ଦ କରନ୍ତୁ, ପ୍ରତିରୋଧକୁ ଦୃଢ଼ କରନ୍ତୁ।”

ଏହି କ୍ରମରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭାଗର ସ୍ଥାନୀୟ ଅଧୀକ୍ଷକ ସେଖ୍‌ ଅସିଫ୍‌ ଅଲ୍ଲୀଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଅନ୍ୟ କିଛି ବ୍ୟକ୍ତି ସହରର ଅବକାରୀ ବିଭାଗର ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରିଥିଲା।

ଏହି ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତା ଦେଇ ଉଦିତ ନଗର ସ୍ଥିତ ଆମ୍ବେଦକର ଛକ ଦେଇ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଯୋଗଦେଇଥିଲେ। ଶୋଭାଯାତ୍ରାରେ ମ୍ୟୁନିସିପାଳ ମହାବିଦ୍ୟାଳୟ ଏବଂ ଉଦିତ ନଗର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ଅବକାରୀ ବିଭାଗର ସ୍ଥାନୀୟ ଥାନା ଅଧିକାରୀ ସ୍ନେହଲତା ନାୟକ ଓ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!