ଅନ୍ୱେଷା ଦ ହେଲ୍ପିଙ୍ଗ ହ୍ୟାଣ୍ଡ ପକ୍ଷରୁ  ସମାଜ ସେବା କାର୍ଯ୍ୟ ଆୟୋଜିତ

1 min read
Spread the love

ଅନ୍ୱେଷା ଦ ହେଲ୍ପିଙ୍ଗ ହ୍ୟାଣ୍ଡ ପକ୍ଷରୁ  ସମାଜ ସେବା କାର୍ଯ୍ୟ ଆୟୋଜିତ

ରାଉରକେଲା ସହରର ଅମ୍ୟତମ ସାମାଜିକ ଅନୁଷ୍ଠାନ ‘ଅନ୍ଵେଷା ଦ ହେଲ୍ପିଙ୍ଗ ହ୍ୟାଣ୍ଡ୍‌ ପକ୍ଷରୁ ସହରର ସେକ୍ଟର-୨୦ ହିଲ୍‌ଟପ୍‌ ବସ୍ତିରେ ମାସିକିଆ ମାଗଣା ହାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବାସିନ୍ଦା ମାନେ ନିଜ ଇଛା ମୁତାବକ ତାଙ୍କ ପସନ୍ଦର ଜିନିଷ ବିନା ପଇସାରେ ନେଇଥିଲେ। ସେହିଭଳି ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠାନ ପକ୍ଷରୁ ସାମୁହିକ ଜନ୍ମଦିନ ପାଳନ କରାଯାଇଥିଲା।

ପ୍ରତିଷ୍ଠାନର ଅନ୍ତେବାସୀମାନଙ୍କ  ସହିତ ଜନ୍ମ ଦିନର କେକ୍‌ କାଟି ଅନ୍ୱେଶାର ସଦସ୍ୟମାନେ ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଅନ୍ୱେଷା ଅନୁଷ୍ଠାନର ପ୍ରତିଷ୍ଠାତା  ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦିବାକର ଦାସ, ମୋହନ ପଟନାୟକ, ସ୍ଵାଗତିକା ସ୍ୱାଇଁ, ହେମନ୍ତ ତାଣ୍ଡିଆ ପ୍ରମୁଖ ସାହାଯ୍ୟ କରିଥିଲେ। ମାନ ସେବା ପ୍ରତିଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟ ଅନୁଷ୍ଠାନ ର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!