ବନ୍ଧମୁଣ୍ଡା ବୋଗଦା ବସ୍ତି ଅଞ୍ଚଳରେ ବର୍ଯ୍ୟ ଜଳ ନିସ୍କାସନକୁ ଅସନ୍ତୋଷ : ମାମଲା ଥାନାରେ
1 min read
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଛି ବନ୍ଧମୁଣ୍ଡା। ଏହି ବନ୍ଧମୁଣ୍ଡା ୩ବି’ ସେକ୍ଟର ନିକଟରେ ଥିବା ବୋଗଦା ବସ୍ତି ଅଞ୍ଚଳରେ ରହୁଛନ୍ତି ୨୦ ରୁ ୨୫ ପରିବାର। ପୂର୍ବରୁ ଏହି ବସ୍ତିକୁ ଲାଗି ରହିଥିବା ବର୍ଜ୍ୟ ଜଳ ନିସ୍କାସନ ରାସ୍ତା କିଛି ବ୍ୟକ୍ତି ଘର କରି ଦେଇଥିବାରୁ ବର୍ଜ୍ୟ ଜଳ ନିସ୍କାସନ ହୋଇପାରୁନାହିଁ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଲୋକେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଏହା ସତ୍ତ୍ୱେ ସୁଦ୍ଧା ନାଳ ନିର୍ମାଣ କରାଯାଇନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଖୁବ୍ ଶୀଘ୍ର ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସ୍ମାର୍ଟ ସିଟି ରାଉରକେଲା ଅଧିନରେ ଆସୁଥିବା ଏହି ଅଞ୍ଚଳ ପ୍ରତି ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।