Skip to content
ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ବନ୍ଧମୁଣ୍ଡା ବୋଗଦା ବସ୍ତି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗରେ ୭ଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହି ୭ଜଣଙ୍କ ଅଭିଯୁକ୍ତଙ୍କ ଅସାମାଜିକ କାର୍ଯ୍ୟ ସମ୍ପର୍କରେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କଲାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଉଛନ୍ତି ପଙ୍କଜ ଫୋଗଟ, ବିକାଶ ରାଉତ, କୁନାଲ ଥାପ୍ପା, ରୋହିତ ଫୋଗଟ, ବାଉ ପଟ୍ଟନାୟକ, ମିଥିଲେଶ ରାଉତ ଏବଂ କ୍ରିଷ୍ଣା ପୂର୍ତ୍ତି । ଏହି ୭ଜଣ ଏକ କ୍ଲବ୍ର ସଦସ୍ୟ ହୋଇଥିଲାବେଳେ ସ୍ଥାନୀୟ ଅଞ୍ଚଳର ଏକ ସମ୍ବେଦନଶୀଳ ସ୍ଥାନରେ ଏକତ୍ରିତ ହୋଇ ଆସାମାଜିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।
Post Views: 175
error: Content is protected !!