Skip to content
ଗତ କିଛିଦିନ ପୂର୍ବେ ରାଉରକେଲା ସହରର ପାନପୋଷ ଛକଠାରେ ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହାପରେ ଏହି କମ୍ପ୍ଲେକ୍ସରେ ବିଭିନ୍ନ ବର୍ଗର ଶତାଧିକ ବ୍ୟବସାୟୀଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯାଇଛି। କିନ୍ତୁ ଆବଣ୍ଟିତ ଏହି ଦୋକାନୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସେମାନେ ମହାଣଗର ନିଗମ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ଏହାକୁ ନେଇ ମାର୍କେଟ କମ୍ପ୍ଲେକ୍ସର ଦୋକାନୀ ସଂଘର ସଭାପତି ରମାକାନ୍ତ ପାଣ୍ଡେଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ମହାନଗର ନିଗମ ଆୟୁକ୍ତଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଏହା ସହିତ ଏହି ଦାବିପତ୍ରର ନକଲ ସ୍ଥାନୀୟ ସାଂସଦ ଜୁଏଲ ଓରାମ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏବଂ ୫ଟି ସଚିବ ଆଦିଙ୍କୁ ମଧ୍ୟ ଦିଆଯାଇ ସେମାନଙ୍କ ଦାବି ସମ୍ପର୍କରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
Post Views: 90
error: Content is protected !!