ଢେଙ୍କାନାଳ ସହରରେ ହେରାପଞ୍ଚମୀ ନିତି ପାଳିତ

1 min read
Spread the love

ଢେଙ୍କାନାଳ ସହରର ବିଭିନ୍ନ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ପାଳିତ ହୋଇଯାଇଛି । ସହରର ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ବିମାନରେ ମହାଲକ୍ଷ୍ମୀଙ୍କୁ ଗୋପାଳ ମାନେ କାନ୍ଧେଇ ଛତା,ଛତ୍ରିଆ,ଘଣ୍ଟ କାହାଳି ବଜାଇ ଆଡ଼ପ ମଣ୍ଡପ କୁ ବିଜେ କରିଥିଲେ । ମଙ୍ଗଳାର୍ପଣ ପୂଜା, ଆଳତି କଳିବହି ପଠନ ପରେ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ରଥଭାଙ୍ଗୀ ମହାଲକ୍ଷ୍ମୀ ମନ୍ଦିରକୁ ବାହୁଡ଼ି ଯାଇଥିଲେ । ଏଥିରେ ପୂଜକ ମଳୟ କର ଓ ମନସୁମନ ମିଶ୍ରଙ୍କ ସମେତ ଶ୍ରୀବତ୍ସ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଦେବୋତ୍ତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!