ଲାୟନ୍ସ କ୍ଲବ୍ ରାଉରକେଲା ପକ୍ଷରୁ ସମାଜ ସେବା କାର୍ଯ୍ୟ
1 min read
ଲାୟନ୍ସ କ୍ଲବ ରାଉରକେଲା ପକ୍ଷରୁ ବନ୍ଧମୁଣ୍ଡା ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରରେ ଦୁଇଟି ଶୌଚାଳୟ ନିର୍ମାଣ କରାଯାଇ ଉଦ୍ଘାଟିତ ହୋଇଛି ଲାୟନ ୱାଇ ପି ଗୋୟଲ ଏବଂ ବରୁଣ ସୋମାନିଙ୍କ ଦ୍ୱାରା ଏହି ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗିରିଧାରୀ ଦଲାଇଙ୍କ ଉପସ୍ଥିତିରେ ଶ୍ରୀ ଗୋୟଲ ଶୌଚାଳୟକୁ ଉଦଘାଟନ କରିଥିଲେ । ସେହିଭଳି ସ୍ଥାନୀୟ ଫିଟନେସ ପଏଣ୍ଟର ପ୍ରତିଷ୍ଠାତା ଡି.ଆପ୍ପା ରାଓ ବିଦ୍ୟାଳୟକୁ ଦୁଇଟି ସିଲିଙ୍ଗ ଫ୍ୟାନ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ରୁମା ଦେ, ସାଲଗେ ମାରାଣ୍ଡି, ରୁଜାଲିନ୍ ନାୟକ, ପ୍ରତୀଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଫିଟନେସ୍ ପଏଣ୍ଟ ଡି.ଆପ୍ପା ରାଓ ଏହି ବିଶେଷ ଅତିଥି ଭାବରେ ଉପସ୍ଥିତ ଥିଲେ। ଲାୟନ୍ସ କ୍ଲବ ରାଉରକେଲାର ସଚିବ ରବିକାନ୍ତ ଶର୍ମାଙ୍କ ସମେତ ବିକାଶ ତୁଲସିଆନ୍, ଭାରତ ଲାଖାନି, ସୁରେଶ ଝୁନ୍ଝୁନ୍ୱାଲା, ରାଜେଶ ଶର୍ମା, କୁଲଦୀପ ସିଂ ଚାଡା, ମମତା ଗୌତମ, ଲାଲଟେନ୍ଦୁ ସାହୁ ଉପସ୍ଥିତ ଥିଲେ।