ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି ପରେ ଡାକ୍ତରଖାନାରେ ଲାଗିଲା ୱାଟର ଫିଲଟର

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପୁରୁଷ ଏବଂ ମହିଳା ୱାର୍ଡରେ ରହି ଚିକିତ୍ସା ହେଉଥିବା ରୋଗୀମାନଙ୍କ ପିଇବା ପାଣି ପାଇଁ ଗୋଟିଏ ଲେଖାଏଁ ୱାଟର ଫିଲଟର ଥିବା ଯୋଗୁଁ ପାଣି ପିଇବା ପାଇଁ ଅସୁବିଧା ହେଉଥିଲା । ଏହାକୁ ଦୂର କରିବା ପାଇଁ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ତାଙ୍କୁ ସବୁ ବିଷୟରେ ଜଣାଇଥିଲେ । ଏହା ସହ ପିଇବା ପାଣିର ଏହି ଅସୁବିଧାକୁ ଦୂର କରିବା ପାଇଁ ଆଉ ଗୋଟିଏ ଲେଖାଏଁ ୱାଟର ଫିଲଟର ଲଗେଇବାକୁ ଦାବି କରିଥିଲେ । ଦୁଇଦିନ ମଧ୍ୟରେ ଦୁଇଟି ନୂତନ ୱାଟର ଫିଲଟର ଲାଗିଯିବ ବୋଲି ପ୍ରତିନିଧି ମଣ୍ଡଳୀକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳା ୱାର୍ଡରେ ଦୁଇଟି ନୂତନ ଉଚ୍ଚ ଗୂଣବତ୍ତା ସମ୍ପନ୍ନ ୱାଟର ଫିଲଟର ଲଗାଯାଇ ଥିଲା । ଏଥିପାଇଁ ବିଜେଡି ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ମିଶ୍ର ଏବଂ ଜିଲ୍ଲାପାଳାଙ୍କୁ ଧନ୍ୟବାଦ ଦିଆ ଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ତ୍ରିପାଠୀଙ୍କ ସହିତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କାଉନସିଲର ଅନିଲ ମହାପାତ୍ର, କାଉନସିଲର ସୁମନ୍ତ ସାହୁ, ରିଣ୍ଟୁ ବହିଦାର, ଏମଡି କଲିମ, ଆଲୋକ ବେହେରା, ସଂଜୁ ସାହୁ ପ୍ରମୁଖ ରହିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!