ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଜିଲ୍ଲା ସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ

1 min read
Spread the love

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଭଞ୍ଜ ଭବନ ସ୍ଥିତି ଆଦର୍ଶ ପାଠାଗାର ଠାରେ ଏକ ମିଳିତ ଜିଲ୍ଲା ସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ ଅନୁଷ୍ଠିତ ହୋଇଯାଇଛି। ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ସଂଜୀବ ମହାନ୍ତି,ଶ୍ରୀମନ୍ତ ବେହେରା, ସତ୍ୟପ୍ରିୟ ମହାନ୍ତି, ଭରତ ବାଇ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ କନଭେନସନ କୁ ପରିଚାଳନା କରିଥିଲେ। ଏହି କନଭେନସନ ରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ଶ୍ରମିକ, କର୍ମଚାରୀ ସଂଗଠନ, ଟ୍ରେଡ୍ ୟୁନିୟନ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ହେବାକୁ ଆହ୍ୱାନ କରିଥିଲେ। ଖଣି ଖାଦାନରେ ଭରପୁର ଥିବା ସୁନ୍ଦରଗଡ଼ ଜିଲ୍ଲା ସ୍ଵାଧୀନତା ର ୭୫ ବର୍ଷ ପରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ନିଯୁକ୍ତ,ରେଳ ଯୋଗାଯୋଗ ଓ ଭିତ୍ତିଭୂମି ର ବିକାଶ ଦିଗରେ ଆଜି ବହୁ ପଛରେ ରହିଛି। ରାଜନୈତିକ ଇଚ୍ଛାଶକ୍ତିର ଓ ଦୃଢ଼ ପ୍ରତିବଦ୍ଧତା ଅଭାବ ଯୋଗୁଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଯାହା ପାଇବା ପାଇଁ ହକଦାର ତାହା ପାଇପାରି ନାହିଁ। ଏହି ଅନ୍ୟାୟ, ଅବିଚାର ଓ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ର ବିରୋଧରେ ନାଗରିକ ସୁରକ୍ଷା କମିଟିର ଜନ୍ମ। ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ରେ ଘୋଷଣା କଲେ ଯେ ଏଠାରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ। ଦେଶର ଟିକସ ଦାତା ଙ୍କ ୪ଶହ କୋଟି ଟଙ୍କାରେ ଏକ ଓ ରାଉରକେଲା ଇସ୍ପାତ କାରଖାନା ର ମୂଲ୍ୟବାନ ଜମିରେ କେବଳ ଏକ ବୃହତ ବିଲଡିଙ୍ଗ ତିଆରି କରାଗଲା। ସେ ସୁପର ସ୍ପେସାଲିଟି ହସ୍ପିଟାଲ ରେ ସ୍ପେସାଲିଟି ଡାକ୍ତର, ପାରାମେଡିକାଲ ଷ୍ଟାଫ ଅନ୍ୟାନ୍ୟ ବ୍ୟବସ୍ଥା ନାହିଁ। ଏହା ସତ୍ତ୍ବେ ସୁଦ୍ଧା ହସ୍‌ପିଟାଲ୍‌କୁ ଏକ ଘରୋଇ ସଂସ୍ଥା ଆପୋଲୋ କୁ ଟେକି ଦିଆଗଲା। ପ୍ରଧାନମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଓ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ସୁପର ସ୍ପେସାଲିଟି ହସ୍ପିଟାଲ ହେଲେ ମଧ୍ୟ ମେଡିକାଲ କଲେଜ ହୋଇ ପାରିଲା ନାହିଁ। ଜିଲ୍ଲା ବାସୀ ଏହି ପରି ଅନେକ ପ୍ରତିଶ୍ରୁତି ପାଇ ମଧ୍ୟ ପ୍ରତାରିତ ହୋଇଛନ୍ତି। ଦୀର୍ଘ ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟ ସରିଲା ନାହିଁ। ରାଉରକେଲା କୁ ରେଳ ଡିଭିଜନ ଘୋଷଣା, ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା,ବାସଚ୍ୟୁତ ଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲା ରେ ଏମ୍ ଏସ ଏମ ଇ ର ବିକାଶ, ରାଉରକେଲା ଇସ୍ପାତ କାରଖାନା ର ଆଧୁନିକ କରଣ ଓ ସଂପ୍ରସାରଣ, ଏଠାରେ ଇ ଏସ ଆଇ ସି ର ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ପ୍ରଭୃତି ଦାବିରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ଶ୍ରମିକ,ଯୁବ ଛାତ୍ର, ମହିଳା, ସାମାଜିକ ଓ ସାଂସ୍କୃତିକ ସଂଗଠନ,ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଏକତ୍ରିତ କରି ଜିଲ୍ଲାର ବିକାଶ ପାଇଁ ଏକ ହୋଇ ଲଢ଼ିବାକୁ ସେ ଆହ୍ୱାନ କରିବା ସହିତ ଆଗାମୀ ୨୦ ଅଗଷ୍ଟ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହା ସମାବେଶ କୁ ସଫଳ କରିବାକୁ ଆହ୍ୱାନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ ରେ ଅନ୍ୟମାନଙ୍କ ମଧ୍ୟରେ କମିଟି ର ପ୍ରମୁଖ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର,ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ,ଏ ଆଇ ଟି ୟୁ ସି ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ,ଏ ଆଇ ୟୁ ଟି ୟୁ ସି ସଂପାଦକ ଅଜିତ ନାୟକ,ସିୟର ସଂପାଦକ ହେମନ୍ତ ବେହୁରା, ଜୀବନ ବୀମା କର୍ମଚାରୀ ନେତା ଭାଗିରଥି ଟୁଡୁ, ଟେଲିକମ କର୍ମଚାରୀ ସଂଘ ନେତା ଦେବଜିତ ତ୍ରିପାଠୀ,ଡାକ କର୍ମଚାରୀ ନେତା ରଞ୍ଜନ କୁମାର ରାଉତ,ପି ଆର୍ ଦାସ୍, ଶିକ୍ଷକ ନେତା ବ୍ରଜେନ୍ଦ୍ର ଦାସ, ଆମ୍ ଆଦମୀ ପାର୍ଟି ଶ୍ରମିକ ନେତା ବିନୟ ତିୟାରୀ ପ୍ରମୁଖ ବକ୍ତବ୍ୟ ରଖିବା ସହିତ ନାଗରିକ ସୁରକ୍ଷା କମିଟି ଉଠାଇଥିବା ସମସ୍ତ ଦାବି କୁ ସମର୍ଥନ କରିବା ସହିତ ମହା କନଭେନସନ କୁ ସଫଳ କରିବାକୁ କହିଥିଲେ। ନାଗରିକ ସୁରକ୍ଷା କମିଟି ସଦସ୍ୟ ରାଜ କିଶୋର ପ୍ରଧାନ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।ଏହି କନଭେନସନ ରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଟ୍ରେଡ ୟୁନିୟନ ଓ କର୍ମଚାରୀ ସଂଘର ନେତା ମାନଙ୍କ ମଧ୍ୟରେ ତ୍ରିଲୋଚନ ପରିଡ଼ା, ମନୋରଞ୍ଜନ ଦାସ,ବି ପି ମହାପାତ୍ର, ହୃଦୟାନନ୍ଦ ଯାଦବ, ରତ୍ନାକର ନାୟକ, ସୁରେନ୍ଦ୍ର ଦାଶ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା, କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଯେଉଁ ଆନ୍ଦୋଳନ ର ଖସଡ଼ା ପ୍ରସ୍ତୁତ ହେବ ସେଥିରେ ଜିଲ୍ଲାର ସମସ୍ତ ଶ୍ରମିକ କର୍ମଚାରୀ ସାମିଲ କରିବାକୁ ଆହ୍ୱାନ କରିଥିଲେ। ଆଗାମୀ ଅଗଷ୍ଟ ୨୦ ତାରିଖ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହା କନଭେନସନ ରେ ଶହ ଶହ ଶ୍ରମିକ କର୍ମଚାରୀ ମାନଙ୍କୁ ସାମିଲ କରିବାକୁ ଆଜିର କନଭେନସନ ରେ ପ୍ରସ୍ତାବ ଗୃହୀତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!