ହେରାପଞ୍ଚମୀ ଉପଲକ୍ଷେ ରାଉରକେଲା ସହରର ବିଭିନ୍ନ ମାଉସୀମା ମନ୍ଦିରରେ ଭଜନ ସମାରୋହ କାର୍ଯ୍ୟକ୍ରମ
1 min read
ଶନିବାର ଥିଲା ହେରା ପଞ୍ଚମୀ ରଥଯାତ୍ରା ଉତ୍ସବର ମଝିରେ ପାଳନ ହେଉଥିବା ଏହି ଦିନରେ ତାଙ୍କୁ ନ ନେଇ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଉପରେ କ୍ରୋଧ କରି ମା’ ଲକ୍ଷ୍ମୀ ରଥର ଏକ ଅଂଶ ଭାଙ୍ଗିବାର ପରମ୍ପରା ରହିଛି ଏହି କ୍ରମରେ ରାଉରକେଲା ସହରର ଛେଣ୍ଡ୍ କଲୋନୀ ପ୍ରବେଶ ପଥରେ ଥିବା ମାଉସୀମା ମନ୍ଦିର ସମେତ ବିଭିନ୍ନ ସ୍ଥାନମାନଙ୍କରେ ଥିବା ମାଉସୀମା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଭଜନ ସମାରୋହ ସହିତ ପୂଜାର୍ଚ୍ଚନା ହୋଇଛି ଛେଣ୍ଡ୍ ସ୍ଥିତ ମାଉସୀମା ମନ୍ଦିରରେ ଏହି ଅବସରରେ ଭଜନ ରସାମୃତ ସଙ୍ଗଠନ ପକ୍ଷରୁ ଭଜନ ପ୍ରଦର୍ଶନ ହୋଇଥିଲା ଏହି ଅବସରରେ ସୁଚିତ୍ରା ଲେଙ୍କା ଓ ଅନିତା ପଣ୍ଡାଙ୍କ ସମେତ ବିଭିନ୍ନ ବର୍ଗର ସଙ୍ଗୀତଜ୍ଞ ଓ ଗାୟକ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ ଏହା ସହିତ ଏହି ଅବସରରେ ଶ୍ରୀଜିଉମାନଙ୍କର ପୂଜାର୍ଚ୍ଚନା ସହିତ ଆରତୀ କରାଯାଇଥିଲା ଏଥିରେ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ