ରାଉରକେଲା ସହରର ଟ୍ରାଫିକ ଗେଟ୍ ପାର୍କିଙ୍ଗ ସ୍ଥଳୀର ଦାୟିତ୍ବ ଏସ୍ଏଚ୍ଜି ଗୋଷ୍ଠୀକୁ ହସ୍ତାନ୍ତର
1 min read
ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଦାୟିତ୍ବ ଦିଆଯାଉଛି ଏହି କ୍ରମରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବ୍ୟସ୍ତବହୁଳ ଟ୍ରାଫିକ ଗେଟ୍ ଛକରେ ଥିବା ପାର୍କିଙ୍ଗ ସ୍ଥଳୀର ଦାୟିତ୍ବ ବାବା ଆଖଣ୍ଡଳମଣୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ଏହି ଅବସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଆୟୁକ୍ତ ଡା ଶୁଭଙ୍କର ମହାପାତ୍ରଙ୍କ ସମେତ ଉପାୟୁକ୍ତ ସୁଧାଂଶୁ ଭୋଇ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ ଆରତି ସୀୟା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ