ରାଉରକେଲା ଆକାଶବାଣୀ କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

1 min read
Spread the love

ରେଡ଼ିଓ କାଲି ଥିଲା, ଆଜି ଅଛି, ଆଉ ଆଗକୁ ବି ରହିଥିବ। ଆକାଶବାଣୀର ସ୍ଥାନ ଅନନ୍ୟ l ଆଜିର ସମୟରେ ବି ଆକାଶବାଣୀ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି l ଯେତେ ଯାହା ଆସିଲେ ବି ଆକାଶବାଣୀର ସ୍ଥାନ କେହି ବି ନେଉପାରିବେ ନାହିଁ। ୧0୨. ୬ ଏଫ୍.ଏମ୍. ଆକାଶବାଣୀ ରାଉରକେଲା ସବୁବର୍ଗର ଶ୍ରୋତାଙ୍କୁ ଦୃଷ୍ଟିରେ ରଖି, କାର୍ଯ୍ୟକ୍ରମମାନ ପ୍ରସାରଣ କରି ଶ୍ରୋତାମାନଙ୍କର ପ୍ରିୟଭାଜନ ହୋଇପାରିଛି। ଆଜି ରାଉରକେଲା ଆକାଶବାଣୀ କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନେ କହିଛନ୍ତି। ଆଲ୍ଲାଦିନୀ ହୋତା ଓ ଯାନ୍ତ୍ରିକ ବିଭାଗର ମୁଖ୍ୟ ଇଂ ମହମ୍ମଦ ସମିମ୍‌ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରସାରଣ ନିଷ୍ପାଦକ ବସନ୍ତ କୁମାର ସ୍ୱାଇଁ, ବରିଷ୍ଠ ଉଦ୍‌ଘୋଷକ ରଘୁନନ୍ଦନ ଲାକ୍ରା, ଏକାଉଣ୍ଟାଣ୍ଟ ସିକନ୍ଦର ସଏ, ଗିରିଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆକାଶବାଣୀ ରାଉରକେଲାର ଉଦ୍‌ଘୋଷକ ଅଶୋକ କୁମାର ରାଉତ ଓ ଉଦ୍‌ଘୋଷିକା ଜ୍ୟୋତ୍ସ୍ନାରାଣୀ ସାହୁ ମଞ୍ଚ ସଂଚାଳନ କରିଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୀମତୀ ହୋତା ତାଙ୍କ ବକ୍ତବ୍ୟରେ ଆକାଶବାଣୀ ରାଉରକେଲା ବେତାର କେନ୍ଦ୍ର ୧୯୯୫ ଜୁନ୍‌ ୨୪ରେ  ଉଦ୍‌ଘାଟିତ ହୋଇଥିଲା। ସୂଚନା, ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, ସ୍ବଚ୍ଛତା, କଳା, ସାହିତ୍ୟ, ସଂସ୍କୃତି, ଶିଳ୍ପ, ମନୋରଞ୍ଜନ ଓ ସରକାରଙ୍କ ବିଭିନ୍ନ ଯୋଜନା ଆଦି ବିଷୟରେ ନିରନ୍ତର ପ୍ରସାରଣ କରି ଆସୁଛି ବୋଲି କହିଥିଲେ। ଯାନ୍ତ୍ରିକ ବିଭାଗର ମୁଖ୍ୟ ମହମ୍ମଦ ସମିମ୍ ନିଜର ବକ୍ତବ୍ୟରେ ଶ୍ରୋତାମାନଙ୍କୁ ଶ୍ରୁତିମଧୁର ତଥା ଉନ୍ନତଧରଣର ପ୍ରସାରଣ ସେବା ଯୋଗାଇ ଦେବାପାଇଁ, ଯାନ୍ତ୍ରିକ ବିଭାଗ ସବୁବେଳେ ଚେଷ୍ଟିତ ଅଛି l ସେଥିପାଇଁ ଯାନ୍ତ୍ରିକ ଉପକରଣର ଆଧୁନିକୀକରଣ କରାଯିବା ସହ ଆଗାମୀ ଦିନରେ ରାଉରକେଲା ଆକାଶବାଣୀର ବିକାଶ ହେବାକୁ ଯାଉଛି ବୋଲି କହିଥିଲେ। ଏହି ଅବସରରେ ବରିଷ୍ଠ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ଗୁରୁ ଅଜୟ ପାଣି ଏବଂ ଆକାଶବାଣୀର ନିୟମିତ ଶ୍ରୋତା ତଥା ରେଡ଼ିଓ ପ୍ରେମୀ ରବୀନ୍ଦ୍ର କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ବିଭାଗର କର୍ମଚାରୀଙ୍କ ସମେତ ଯାନ୍ତ୍ରିକ ବିଭାଗର ମଞ୍ଜୁଳା ମିଶ୍ର, ଦେବାଶିଷ ଚକ୍ରବର୍ତ୍ତୀ, ଚିତ୍ତରଞ୍ଜନ ଜେନା, ସୌଭାଗ୍ୟ କୁମାର ବାରିକ, ଦେବଯାନୀ ଚକ୍ରବର୍ତ୍ତୀ, ସନ୍ତୋଷ କୁମାର ଗୁପ୍ତା, ବିକାଶ ଚନ୍ଦ୍ର ସାମଲ, ସତ୍ୟ ସୁନ୍ଦର ସାହୁ, ମିନାକ୍ଷୀ ନାୟକ, ହରିହର ନାୟକ, ଦିଲୀପ ଖଡ଼ିରତ୍ନ, ବିକ୍ରମ ସାହୁ, ରୂପକ ବାନାର୍ଜୀ, ୱିଲିୟମ ବାଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!