‘ସମର୍ପଣ’ ଅନୁଷ୍ଠାନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
1 min read
ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସମର୍ପଣ’ ପକ୍ଷରୁ ସହରର ରାଉରକେଲା କ୍ଲବ୍ଠାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅନୁଷ୍ଠାନର ସଭାପତି ଝୁନୁ ନାୟକଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ୫୦ଜଣରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଓ ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ସମେତ ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଡାକ୍ତର ଶ୍ୟାମସ୍ତୁତି ପଟ୍ଟନାୟକ ଓ ଶିକ୍ଷାବିତ୍ ସୌଦାମିନୀ ସିଂହଙ୍କ ସମେତ ବିଜେଡି ନଗର ସଭାପତି ଗଗନ ପଣ୍ଡା, ସମାଜସେବୀ ପିଙ୍କୁ ଜୈସ୍ୱାଲ ଓ ଆର୍ଏସପି ଅଧିକାରୀ ସ୍ୱପ୍ନେନ୍ଦୁ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସହରର ବିଭିନ୍ନ ବର୍ଗର ୧୫ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ମହମ୍ମଦ ସାଜାଦ ଅଜିଜ୍, ସମ୍ପାଦକ ଇନ୍ଦରଜିତ ସିଂହ ପ୍ରମୁଖଙ୍କ ଦ୍ୱାରା ସଞ୍ଚାଳନ କରାଯାଇଥିଲା।