କିନ୍ନର ମା ସେବା ଟ୍ରଷ୍ଟ ଓ ସାଥୀ ପକ୍ଷରୁ ମିଳିତ ସହଯୋଗରେ ସ୍ୱାଭିମାନ ଶୋଭାଯାତ୍ରା ଆୟୋଜିତ

1 min read
Spread the love

କିନ୍ନର ମା ସେବା ଟ୍ରଷ୍ଟ ଓ ସାଥୀ ପକ୍ଷରୁ ମିଳିତ ସହଯୋଗରେ ସ୍ୱାଭିମାନ ଶୋଭାଯାତ୍ରା

ରାଉରକେଲାରେ କାର୍ଯ୍ୟରତ କିନ୍ନର ମା ସେବା ଟ୍ରଷ୍ଟ୍‌ ଓ ସାଥୀ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏଲଜିବିଟିକ୍ୟୁ ଗୋଷ୍ଠୀର ବିଭିନ୍ନ ବର୍ଗର ସଦସ୍ୟମାନଙ୍କ ପାଇଁ ଏକ ସ୍ୱାଭିମାନ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। କିନ୍ନର ମା ସେବା ଟ୍ରଷ୍ଟ୍‌ର ଅଧ୍ୟଷା ଜୋୟା ତ୍ରିପାଠୀଙ୍କ  ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ  ଏଲଜିବିଟିକ୍ୟୁ LGBTQ ର ସଦସ୍ୟମାନେ ଏଥିରେ ଯୋଗଦେଇ ସମାଜରେ ସେମାନଙ୍କ ପ୍ରତି ଥିବା ନକାରାତ୍ମକ ମନୋଭାବକୁ ଦୁର କରିବା ସହିତ ସେମାନଙ୍କର ମଧ୍ୟ ସ୍ୱାଭିମାନ ସହିତ ବଞ୍ଚିବାର ଅଧିକାର ଥିବା ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଉଦିତ ନଗର ଅଞ୍ଚଳରେ ଆୟୋଜିତ କରାଯାଇ ଏଲଜିବିଟିକ୍ୟୁମାନଙ୍କ ଅଧିକାର ସମ୍ପର୍କୀତ ବାର୍ତ୍ତା ପ୍ରଚାର ଓ ପ୍ରସାର କରାଯାଇଥିଲା। ଏଥିରେ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!