ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ଆଲୋଚନା

1 min read
Spread the love

ଶିଳ୍ପାନୁଷ୍ଠାନ ମାନେ ନିଜର ସାମାଜିକ ଦାୟିତ୍ୱବୋଧତା କୁ ହୃଦୟଙ୍ଗମ କରି ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା କର୍ମନିଯୁକ୍ତି କୁ ନିଶ୍ଚିତ କରାଇବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି କହିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାର ଶିଳ୍ପାନୁଷ୍ଠାନ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ ସେଠୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପାଳ ମୁଖ୍ୟତଃ  ଶିଳ୍ପାନୁଷ୍ଠାନମାନଙ୍କ ସାମାଜିକ ଦାୟିତ୍ୱବୋଧତା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ଢେଙ୍କାନାଳ ଅନୁନ୍ନତ ଅବସ୍ଥାରେ ଥିବା ଗ୍ରାମଗୁଡ଼ିର ସାମଗ୍ରିକ ବିକାଶ ପାଇଁ ଗୋଟେ ଗୋଟେ ଗ୍ରାମ କୁ  ଶିଳ୍ପ ସଂସ୍ଥାମାନେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶିଳ୍ପାନୁଷ୍ଠାନମାନଙ୍କୁ ପରାମର୍ଶ ଦେଇଛନ୍ତି।  ଏହା ସହିତ ଖାଲି ପଡ଼ିଥିବା ସ୍ଥାନମାନଙ୍କରେ ବୃକ୍ଷରୋପଣ କରିବା, ବ୍ୟାପୁଥିବା ପ୍ରଦୂଷଣ କୁ କିପରି ରୋକାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି। ଜିଲ୍ଲାରେ ବଣୁଆ ହାତୀ ମାନଙ୍କ ଚଳପ୍ରଚଳନ ରହିଥିବାରୁ ଶିଳ୍ପାନୁଷ୍ଠାନମାନେ ନିଜର କର୍ମଚାରୀ ଏବଂ ସ୍ଥାନୀୟ ଲୋକ ମାନଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି। ଏହି ଦିଗରେ କାର୍ଯ୍ୟ କରିବା ପାଇଁ ଡି. ଏଫ. ଓ.ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶୁତି ଦେଇଛନ୍ତି। ଏହି ବୈଠକରେ  ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଡି.ଏଫ. ଓ. ସୁମିତ କୁମାର କର, ଢେଙ୍କାନାଳ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନାଦ ସ୍ୱାଇଁ, ସମସ୍ତ ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଶିଳ୍ପାନୁଷ୍ଠାନ ମାନଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!