ଢେଙ୍କାନାଳ ଜିଲ୍ଲା ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

1 min read
Spread the love

ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ପ୍ରତିଶ୍ରୁତି ପାଳନ କରୁ ନାହାଁନ୍ତି। ଏହି ମିଥ୍ୟା ପ୍ରତିଶ୍ରୁତିକୁ ବିରୋଧ କରି ରାଜ୍ୟ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ନିଷ୍ପତି କ୍ରମେ ଢେଙ୍କାନାଳ ର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏହା ସହିତ କର୍ମଚାରୀମାନେ ଦିବା 10 ଘଟିକା ଠାରୁ ଦିବା 2 ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ବକ ଧାରଣା ଦେଇଛନ୍ତି। ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇ ୧୫ ଦଫା ଦାବି ପୂରଣ ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହା ସହିତ ଯଦି ଆସନ୍ତା 15 ଦିନ ମଧ୍ୟରେ ଦାବିଗୁଡିକ ପୂରଣ ନ ହୁଏ ତେବେ ନବୀନ ନିବାସ ଘେରାଓ କରାଯିବ ବୋଲି ସୂଚନା ଦିଆଯାଇଛି। ଆଉଟ ସୋର୍ସିଙ୍ଗ କର୍ମଚାରୀ ସଂଘର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ସମ୍ବିତ ଦାଶ, ସମ୍ପାଦକଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କ ସମେତ ଗୌରବ ପ୍ରସାଦ ବେହେରା ପ୍ରମୁଖ ଧାରଣା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!