ଦୀର୍ଘ ଦିନର ବ୍ୟବଧାନ ପରେ ଖୋଲିଲା ସ୍କୁଲ: ଉଭୟେ ଛାତ୍ରଛାତ୍ରୀ ଓ ଶିକ୍ଷକ ଉତ୍ସାହିତ
1 min read
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ବିଦ୍ୟାଳୟ ଖୋଲିଛି। ପ୍ରାୟ ଦୁଇମାସର ବ୍ୟବଧାନପରେ ବିଭିନ୍ନ ବିଦ୍ୟାଳୟ ଖୋଲିଥିବାରୁ ଛାତ୍ରଛାତ୍ରୀମାନଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉତ୍ସାହିତ ଅଛନ୍ତି। ଜିଲ୍ଲାପାଳଙ୍କ ବିର୍ଦ୍ଦେଶନାମା ମୁତାବକ ଶୁକ୍ରବାର ଓ ଶନିବାର ସକାଳ ୬ଟା ୩୦ ରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଯଦି ସବୁକିଛି ଠିକ୍ ରହେ ତେବେ ଆଉ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ଜଣାପଡ଼ିଛି। ଏହା ସହିତ ଆସନ୍ତା ସୋମବାରରୁ ସମସ୍ତ ବିଦ୍ୟାଳୟ ପୂର୍ବରୁ ଚାଲୁଥିବା ସମୟରେ ଚାଲିବ ବୋଲି ଜଣାପଡ଼ିଛି। ଏହି କ୍ରମରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମେତ ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ାପଢ଼ି ଆରମ୍ଭ ହୋଇଛି।