ବିରମିତ୍ରପୁରରେ ନିଆରା ବାହାଘର : ପିତୃମାତୃ ହୀନ ଦୃଷ୍ଟିବାଧିତ କନ୍ୟାକୁ ବାହାହେଲେ ଦୃଷ୍ଟିବାଧିତ ବର
1 min read
ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳଭାବେ ପରିଚିତ ବିରମିତ୍ରପୁର ସହରର ମା’ମଙ୍ଗଳା ମନ୍ଦିର ପରିସରରେ ମଧ୍ୟପ୍ରଦେଶରୁ ଆସିଥିବା ଜଣେ ଦୃଷ୍ଟିବାଧିତ ଯୁବକ ସ୍ଥାନୀୟ ଜଣେ ଦୃଷ୍ଟିବାଧିତ କନ୍ୟାକୁ ବୈଦିକ ରୀତି ମୁତାବକ ପାଣିଗ୍ରହଣ କରିଛନ୍ତି। ମନ୍ଦିର କମିଟିର କିଛି ସଦସ୍ୟଙ୍କ ସହଯୋଗ ସହିତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ବାହାଘର ହୋଇଥିଲା। ସୂଚନା ମୁତାବକ ଉଭୟେ ବର ଓ କନ୍ୟା କିଛିଦିନ ପୂର୍ବେ ମୋବାଇଲ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ।

କନ୍ୟାଜଣକ ପିତୃମାତୃହୀନ ହୋଇ ସମ୍ପର୍କୀୟଙ୍କ ନିକଟରେ ରହୁଥିଲେ। ଏହା ସହିତ ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ବେଶ୍ ଆନନ୍ଦ ଉଲ୍ଲାସର ସହିତ ଏହି ଆଦର୍ଶ ବିବାହ କାର୍ଯ୍ୟ କରାଯାଇଥିଲା। ବର ଜଣକ ମଧ୍ୟପ୍ରଦେଶର ରାଜ୍ୟ ଅଟନ୍ତି। ବର ସହିତ ତାଙ୍କ ପରିବାର ଓ ସମ୍ପର୍କୀୟ ଆସି ଆନନ୍ଦର ସହିତ ବୋହୁ ନେଇ ଫେରିଛନ୍ତି। ଏହିଭଳି ଏକ ନିଆରା ବାହାଘରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଛି।