ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀ ଡିଏଫଓ ଙ୍କୁ ଭେଟି ଶବଦାହ ପାଇଁ କାଠ ସଂରକ୍ଷିତ ରଖିବାକୁ ଦାବି

1 min read
Spread the love

ସୁନ୍ଦରଗଡ଼  ସହରରେ ରେ ଜାଳେଣି କାଠର ଦେଖା ଦେଇଥିବା କୁତ୍ରିମ ଅଭାବ ଏପରି କି ଅନେକ ସମୟରେ ମୃତକଙ୍କ ଶବ ଦାହ ପାଇଁ ମଧ୍ୟ୍ୟ କାଠ ନ ମିଳିବାରୁ ଲୋକେ ଶବକୁ ମାଟି ଖୋଲି ପୋତି ଦେଇଥିବା ଖବର ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ ସୂଚନା ପାଇଥିଲେ । ଏହାପରେ ଆଜି ତାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ଲୋକେ ଶବ ଦାହ କରିବା ପାଇଁ କାଠ ନ ପାଇ କିପରି  ଦୁଃଖ ଏବଂ ଅଭାବନୀୟ ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି ଜଣାଇଥିଲେ । ସ୍ୱର୍ଗଦ୍ୱାର ପାଖରେ ଥିବା ସରକାରୀ କାଠ ଗୋଦାମରେ କାମ କରୁଥିବା କର୍ମଚାରୀମାନେ ଶବ ଦାହ ପାଇଁ କାଠ ସଂରକ୍ଷିତ ନ ରଖି କେବଳ ବ୍ୟବସାୟୀ ମାନଙ୍କୁ ବିକ୍ରି କରି ଦେଉଥିବାରୁ ସୁନ୍ଦରଗଡ଼ରେ ଏପରି ଅବସ୍ଥା ବୋଲି କହି ବିରକ୍ତି ପ୍ରକାଶ କରିଵା ସହିତ ଆଜିଠୁ କେବଳ ମୃତକଙ୍କ ଶବ ଦାହ କରିବା ପାଇଁ କାଠ ଗୋଦାମରେ ସବୁବେଳେ ଅତିକମ୍‌ରେ ୩୦ କୁଇଣ୍ଟାଲ କାଠ ସଂରକ୍ଷିତ ରଖିବା  ପାଇଁ ଏକ ଦାବିପତ୍ର ଦିଆଯାଇଥିଲା ।

ଏ ନେଇ ଶ୍ରୀ ମିରାସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ତ୍ରିପାଠୀଙ୍କ ସହିତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କାଉନସିଲର ଅନିଲ ମହାପାତ୍ର, କାଉନସିଲର ସୁମନ୍ତ ସାହୁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୋପବନ୍ଧୁ ମହାନ୍ତି,କୃଷକ ସେଲର ସମ୍ପାଦକ ସୁନୀଲ ମହାପାତ୍ର, ଏମଡି କଲିମ,ତ୍ରିଲୋଚନ କାକ,ନରଦୀପ ସିଂ, ଆଲୋକ ବେହେରା ଏବଂ ସଂଜୁ ସାହୁ ପ୍ରମୁଖ ଆଲୋଚନା ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!