ରାଉରକେଲା ଅଳଙ୍କାର ସଂଘ ଆନୁକୂଲ୍ୟରେ ବିଆଇଏସ୍‌ ହଲ୍‌ମାର୍କ ବ୍ୟବହାର ସମ୍ପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ

1 min read
Spread the love

ବିଆଇଏସ୍‌ ବା ଭାରତ ମାନକ ପ୍ରତିଷ୍ଠାନ ପକ୍ଷରୁ ଜୁନ୍‌ ୨୦୨୧ଠାରୁ ସମସ୍ତ ସ୍ବର୍ଣ୍ଣ ଅଳଙ୍କାରରେ ହଲ୍‌ମାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହା ସତ୍ତ୍ବେ ସୁଦ୍ଧା ଅନେକ ସ୍ବର୍ଣ୍ଣ ଅଳଙ୍କାର ବିକ୍ରେତା  ବିନା ହଲ୍‌ମାର୍କ ଥିବା ଅଳଙ୍କାର ବିକ୍ରୟ କରିଆସୁଛନ୍ତି । ଏଥିପାଇଁ ରାଉରକେଲା ଅଳଙ୍କାର ସଂଘ ଆନୁକୂଲ୍ୟରେ ବିଆଇଏସ୍‌ ହଲ୍‌ମାର୍କ ବ୍ୟବହାର ସମ୍ପର୍କୀତ ସଚେତନତା କର୍ମଶାଳା ରାଉରକେଲା ସ୍ଥିତ ହୋଟେଲ ରାଧିକା ରିଜେନ୍ସିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଆଇଏସ ପ୍ରତିଷ୍ଠାନର  ଭୁବନେଶ୍ବର ଶାଖା କାର୍ଯ୍ୟଳୟର ଯୁଗ୍ମ ନିର୍ଦ୍ଦେଶକ ସୁଦିପ୍ତୋ କୁମାର ଏବଂ ନିରୀକ୍ଷକ ଅମିତ କୁମାର ଯୋଗଦେଇଥିଲେ।

ଏହି ଦୁଇ ଅଧିକାରୀ ହଲ୍‌ମାର୍କ ବ୍ୟବହାର ଓ କାର୍ଯ୍ୟକାରୀତା ସମ୍ପର୍କରେ ଥିବା ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳି ପାଳନ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ମୁତାବକ ବାର୍ଷିକ ୪୦ଲକ୍ଷରୁ ଅଧିକ ସ୍ବର୍ଣ୍ଣ ଅଳଙ୍କାର ବିକ୍ରୟ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ବିଆଇଏସ୍‌ ହଲ୍‌ମାର୍କ ସ୍ବର୍ଣ୍ଣ ଅଳଙ୍କାର ବିକ୍ରୟ କରିବା ବାଧ୍ୟତାମୂଳକ କରାଯାଇଛି । ଏହି କର୍ମଶାଳାରେ ରାଉରକେଲା ସହରରେ ଥିବା ବିଭିନ୍ନ ବର୍ଗର ସ୍ବର୍ଣ୍ଣ ଅଳଙ୍କାର ବିକ୍ରେତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!