ରାଉରକେଲା ରେଳ ଷ୍ଟେସନ ବିଦ୍ୟୁତ ବିଭାଗ ପ୍ରଶିକ୍ଷଣ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
1 min read
ଜୁନ୍ ୨୧ ତାରିଖ ଦିନ ସାରା ବିଶ୍ବରେ ପାଳନ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଉରକେଲା ରେଳ ଷ୍ଟେସନ ବିଦ୍ୟୁତ ବିଭାଗ ପ୍ରଶିକ୍ଷଣ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି। ପତଞ୍ଜଳି ଯୋଗ ସମିତି ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରକାରର ଯୋଗାଭ୍ୟାସ କରାଯାଇଥିଲା। ଏଥିରେ ୭୦ ରୁ ୮୦ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ।

ଯୋଗ ପ୍ରଶିକ୍ଷକ ବି. ଶ୍ରୀଧର ରାଓ, ରାଜକୁମାର ଓ ଅର୍ଚ୍ଚନା ସିଂହଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେ କେ ଠାକୁର, ଏସ୍ ଏନ୍ ଶର୍ମା, ଦେବଦତ୍ତ ପ୍ରସାଦ, ରାଜୀବ ସାହୁ, ରାଜେଶ ସିଂହ, ସଞ୍ଜୟ ସା, ଭୋଲା ପ୍ରସାଦ, ସୋମନାଥ ପୋଦ୍ଦାର, ସଞ୍ଜୁ ଦେବୀ , ଲଳିତା ଅଗ୍ରୱାଲ , ଗୌରୀ ଘୋରାଇ, ରୂପା ପୋଦ୍ଦାର, ସୀତା ଦେବୀ, ରେଖା ଦେବୀ ଓ କାନ୍ତା ଦେବୀ ପ୍ରମୁଖ ଯୋଗାଭ୍ୟାସ କରିଥିଲେ। ଏହା ସହିତ ଯୋଗାଭ୍ୟାସ ର ଗୁରୁତ୍ବ ଓ ଉଦ୍ଦେଶ୍ୟ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟେ ବରିଷ୍ଠ ନାଗରିକ ଓ ପିଲାମାନେ ଯୋଗଦେବା ଅନ୍ୟ ଏକ ଆକର୍ଷଣ ଥିଲା ।