ବାଲେଶ୍ୱର ଜିଲ୍ଲା ସିଂଲା  ନିର୍ମାଲ୍ୟ କ୍ଷେତ୍ରରେ ଘୋଷଯାତ୍ରା

1 min read
Spread the love

ବାଲେଶ୍ବର ଜିଲ୍ଲା ସିଂଲା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଲ୍ୟକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି ପରେ ରଥାରୂଢ଼ କରାଯାଇଥିଲା। ମୁଖ୍ୟ ପୂଜକ ରମେଶଚନ୍ଦ୍ର ଦାସ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ଠାକୁର ରାଜା ଅନୁଜ କୁମାର ଦଳାଇ ଛେରାପହଁରା କରିଥିଲେ। ପରେ ଶ୍ରଦ୍ଧାଳୁମାନେ ମାଉସୀମା ମନ୍ଦିରକୁ ରଥ ଟାଣି ନେଇଥିଲେ। ବଂଶୀଧର ପରମାଣିକ, ଅଜୟ କୁମାର ଦଳାଇ, ନିମାଇଁଚରଣ ସାହୁ, ଅଜିତ କୁମାର ଦଳାଇ, ଅମୂଲ୍ୟ କୁମାର ସାହୁ, ଅସିତ କୁମାର ଦଳାଇ ପ୍ରମୁଖଙ୍କ ପ୍ର‌ତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଘୋଷାଯାତ୍ରା ସୁଚାରୁ ସଂପାଦିତ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!