ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସର ମିଳିତ ଚଢ଼ାଉରେ ବ୍ରାଉନ ସୁଗାର ଜବତ : ଦୁଇ ଗିରଫ
1 min read
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୨୦୦ ଗ୍ରାମ୍ରୁ ଅଧିକ ବ୍ରାଉନ ସୁଗାର ଜବତ
ରାଉରକେଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ଏବଂ ରେଳବାଇ ସୁରକ୍ଷା ପୋଲିସର ମିଳିତ ଚଢାଉରେ ରେଳ ଷ୍ଟେସନ ପାର୍କିଙ୍ଗ୍ ଅଞ୍ଚଳରେ ଚଢ଼ାଉ କରାଯାଇ ୨୦୪.୪୨୦ ଗ୍ରାମ୍ର ବ୍ରାଉନ ସୁଗାର ଜବତ କରାଯାଇଛି। ଏହା ସହିତ ଏହି ବ୍ରାଉନ ସୁଗାର ରଖି ବେଆଇନଭାବେ ଚାଲାଣ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜୀବ ବେହେରା ଓ ଅଙ୍କୁଶ ବେହେରା ନାମକ ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହା ସହିତ ସେମାନଙ୍କ ନିକଟରୁ ନଗଦ ୬ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏହା ସହିତ ଏହି ଘଟଣାରେ ମିଳିଥିବା ବ୍ରାଉନ ସୁଗାର କେଉଁଠୁ ଅଣାଯାଉଥିଲା, ସେ ନେଇ ତଦନ୍ତ ଚାଲିଥିବା କହିଛନ୍ତି ଅବକାରୀ ବିଭାଗର ଅଧୀକ୍ଷକ ସେକ୍ ଆସଫ ଅଳ୍ଳୀ କହିଛନ୍ତି।

ଜବତ ହୋଇଥିବା ବ୍ରଉନ ସୁଗାରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କାରୁ ଅଧିକ ହେବ ସୂଚନା ମିଳିଛି। ଅବକାରୀ ବିଭାଗର ମୋବାଇଲ ୟୁନିଟ ମୁଖ୍ୟ ଶ୍ରିଧର ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତ ଦୁଇଜଣ ଝାରସୁଗୁଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନେ ରାଉରକେଲାରୁ ବ୍ରାଉନ ସୁଗାର ନେଇ ଝାରସୁଗୁଡ଼ାରେ ବିକ୍ରୟ କରୁଥିବା ଜଣାପଡ଼ିଛି। ଶ୍ରୀ ଆସଫ ଅଲ୍ଲୀଙ୍କ ସୂଚନା ମୁତାବକ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୨୦୦ଗ୍ରାମ୍ରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି।