ଇସ୍ପାତ ଶିଳ୍ପ ସହରାଞ୍ଚଳରେ କାଳ ବୈଶାଖୀର ତାଣ୍ଡବ : ଉପୁଡ଼ିଲା ଏକାଧିକ ଗଛ

1 min read
Spread the love

ରାଉରକେଲା ଇସ୍ପାତ ସହରାଞ୍ଚଳ ଅର୍ଥାତ୍‌ ବିଭିନ୍ନ ସେକ୍ଟର ଅଞ୍ଚଳରେ ଗତ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।

ଦୁଇଦିନ ଯାକ ସନ୍ଧ୍ୟା ସମୟରେ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ସହିତ ପବନ ବହିବା ଯୋଗୁଁ ସହରର ବିଭିନ୍ନ ସେକ୍ଟର ଅଞ୍ଚଳରେ ଅନେକ ଗଛ ଭାଙ୍ଗିପଡ଼ିଛି। ଏହା ସହିତ ଅନେକ ସ୍ଥାନରେ ଏକାଧିକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ସହରର ସେକ୍ଟର-୧୯ ସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲ ଛକରୁ ଆମ୍ବାଗାନ ଚ୍ଛକ ଏବଂ ଆମ୍ବାଗାନ ଛକରୁ ସେକ୍ଟର-୪ / ୫ ଛକ ଦେଇ ଟ୍ରାଫିକ ଛକ ପର୍ଯ୍ୟନ୍ତ ଅଧିକ ଗଛ ଭାଙ୍ଗିବା ଓ ଉପୁଡ଼ିଥିବା ଦେଖିବାକୁ ମିଳିଛି। ଏହା ସହିତ ଅନ୍ୟ କିଛି ଗଛ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

ଭାଙ୍ଗିଯାଇଥିବା ଓ ଉପୁଡ଼ି ପଡ଼ିଥିବା ଗଛ ଗୁଡ଼ିକୁ କାଟିବା ପାଇଁ ଇସ୍ପାତ କାରଖାନା ସହର ସେବା ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଛି। ଏହାଫଳରେ ବିଭିନ୍ନ ସେକ୍ଟର ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହରେ ବ୍ୟାଘାତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!