ସୁନ୍ଦରଗଡ଼ ଜିଲ୍ଲାରେ ଖରାଛୁଟି ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

1 min read
Spread the love

ନିକଟରେ ରାଜ୍ୟ ସରକାରଙ୍କ ଗ୍ରୀଷ୍ମ ବିକାଶ ଅବଧିକୁ ଦୁଇଦିନ ଘୁଞ୍ଚାଇ ସାରା ରାଜ୍ୟରେ ବିଦ୍ୟାଳୟ ସବୁକୁ ୨୧ ତାରିଖ ଦିନ ଖୋଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ସାରା ରାଜ୍ୟର କିଛି ଜିଲ୍ଲାରେ ତାତି ବୃଦ୍ଧିକୁ ଦୃଷ୍ଟି ରଖି କିଛି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପକ୍ଷରୁ ସମଗ୍ର ଜିଲ୍ଲାରେ ବିଭିନ୍ନ ବର୍ଗର ବିଦ୍ୟାଳୟ ୨୧ ତାରିଖ ବଦଳରେ ୨୩ ତାରିଖ କୋଲିବ ବୋଲି ସୂଚନା ଦିଆଯାଇଛି । ଏହା ସହିତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିବ ବୋଲି ସୂଚନା ଦିଆଯାଇଛି । ୨୬ ତାରିଖରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷାନୁଷ୍ଠାନଗୁଡ଼ିକ ନିୟମିତ ଚାଲିବ। ସରକାରଙ୍କ ନିର୍ଦ୍ଦେଷ ମୁତାବକ ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥିତି ଦେଖି ଏଥିରେ ପୁଣି ପରିବର୍ତ୍ତନ କରାଯାଇପାରେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଅସମ୍ଭାଳ ତାତି ଥିବାରୁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାରେ ସକାଳୁଆ ପଢ଼ା ନହେଲେ ଖରାଛୁଟି ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!