ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ରାଉରକେଲା ରେଳ ଷ୍ଟେସନରେ କାର୍ଯ୍ୟକ୍ରମ ଆୟୋଜିତ
1 min read
ରାଉରକେଲା ରେଳବାଇ ସୁରକ୍ଷା ପୋଲିସ ପକ୍ଷରୁ ସାମାଜିକ ଓ ସ୍ବେଚ୍ଛାସେବୀ ସଙ୍ଗଠନ ଆଶ୍ରା ସହଯୋଗରେ ନିଶାମୁକ୍ତ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ରାଉରକେଲା ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ରେଳ ବାଇ ସୁରକ୍ଷା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ଷ୍ଟେସନ ପରିଚାଳକ ପ୍ରଭାତ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆସ୍ରା ସଙ୍ଗଠନ ସହଯୋଗରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଶେଷ କରି ଯୁବକ ଓ ନାବାଳକମାନଙ୍କୁ ବିଭିନ୍ନ ପ୍ରକାରର ନିଶା ସେବନରୁ ଦୂରେଇ ରଖିବା ପାଇଁ ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା ।