କାଳ ବୈଶାଖୀର ପ୍ରଭାବ : ନଟରଙ୍ଗ ପକ୍ଷରୁ ହେବାକୁ ଥିବା ୪ଦିନିଆ ନାଟ୍ୟ ଉତ୍ସବ ସ୍ଥଗିତ

1 min read
Spread the love

ସୋମବାର ରାଉରକେଲା ସହରର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଣ୍ଗିବା ସହିତ ଅନେକ କ୍ଷୟକ୍ଷତି ହୋଇଛି । ଏହି କ୍ରମରେ ସେକ୍ଟର-୧୯ରେ ଥିବା ସିଭିକ ସେଣ୍ଟର ପ୍ରେକ୍ଷାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିପାଇଁ ଉତ୍କଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ବିତୀୟ ରାଜ୍ୟସ୍ତରୀୟ ନଟରଙ୍ଗ ନାଟ୍ୟ ମହୋତ୍ସବ -୨୦୨୩କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଖୁବ୍‌ ଶୀଘ୍ର ସିଭିକ ସେଣ୍ଟର ପ୍ରେକ୍ଷାଳୟ ମରାମତି ପରେ ଏହି ମହୋତ୍ସବ ତାରିଖ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଆୟୋଜକମାନେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!