ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଏବଂ ବିଜେଡି ନେତାଙ୍କ ସାହାଯ୍ୟରେ ବାଳକର ସୁନ୍ଦରଗଡ଼ରେ ବିରଳ ଅସ୍ତ୍ରୋପ୍ରଚାର

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ତଳ୍‌ସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ଗାଁ ବ୍ଲକ ଅନ୍ତର୍ଗତ ଭିକମପାଳି ଗାଁର ଏକ ଅତି ଗରିବ ପରିବାରର ୧୮ ବର୍ଷିଆ ପୁଅ ଜିତେନ୍ଦ୍ର ଖରସେଲର ଚିକିତ୍ସା ବିଜୁ ସ୍ବାସ୍ଥ୍ୟ ଯୋଜନା ଅନ୍ତର୍ଗତ ବିଜେଡି ନେତାଙ୍କ ସହଯୋଗରେ ହୋଇଛି । ବିଜେଡୀ ନେତା ଜୟନାରାୟଣ ତ୍ରିପାଠୀଙ୍କ ସହଯୋଗରେ ଜିତେନ୍ଦ୍ରର ଚିକିତ୍ସା ସୁନ୍ଦରଗଡ଼ ସ୍ଥିତ ସମଲେଶ୍ବରୀ ହସ୍‌ପିଟାଲ୍‌ରେ କରାଯାଇଛି । ଶ୍ରୀ ତ୍ରିପାଠୀଙ୍କ ସମେତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ସମଲେଶ୍ୱରୀ ହସ୍ପିଟାଲକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସାହାଯ୍ୟରେ ବିରଳ ଚିକିତ୍ସା ହୋଇ ଚାଲି ପାରୁଥିବା ଜିତେନ୍ଦ୍ର ଖରସେଲ ସହିତ ଦେଖା କରି ଆଲୋଚନା କରିଥିଲେ । ସମ୍ପ୍ରତି ଜିତେନ୍ଦ୍ରର ଗୋଟିଏ ଗୋଡ଼ରେ ଅସ୍ତ୍ରୋପଚାର ହୋଇଥିଲାବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆସନ୍ତା ଅଳ୍ପ ଦିନ ମଧ୍ୟରେ ଆଉ ଗୋଟିଏ ଗୋଡ଼ର ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!