ହକି ସ୍ମାରକୀ ମୂର୍ତ୍ତି ଓ ହକି ବିଶ୍ବ କପ୍ ସମୟରେ ନିର୍ମାଣ କାର୍ଜ୍ୟରେ ଦୁର୍ନୀତି ଅଭିଯୋଗରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ
1 min read
ଗତ ୧୧ ତାରିଖ ଦିନ ରାଉରକେଲା ବିମାନ ବନ୍ଦର ନିକଟରେ ନିର୍ମାଣ ହୋଇଥିବା ହମି ସ୍ମାରକୀ ମୂର୍ତ୍ତିକୁ ଭାଙ୍ଗି ପଡ଼ିବା ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି ଏହା ସହିତ ରାଉରକେଲାରେ ହକି ବିଶ୍ବକପ୍ ଆୟୋଜନ ସମୟରେ ଖର୍ଚ ହୋଇଥିବା ପ୍ରାୟ ଏକହଜାର କୋଟି ଟଙ୍କା ବ୍ୟୟର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି ଏହା ସହିତ ଯୁବ ମୋର୍ଚ୍ଚା ପକ୍ଷରୁ ଏହି ଘଟାଣାକୁ ନେଇ ସିବିଆଇ ତଦନ୍ତ ଦାବି କରି ରାଉରକେଲା ମହାନଗର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏଥିରେ ଯୁବ ମୋର୍ଚ୍ଚାର ଅଙ୍କୁଶ ବର୍ମା , ଦଳର ବରିଷ୍ଠ ନେତା ନିହାର ରାୟ, ଭଗବାନ ରାଉତ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଯୁବ ମୋର୍ଚ୍ଚା କର୍ମୀମାନେ ଉପସ୍ଥିତ ଥିଲେ