ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ସାଂସଦ ଜୁଏଲ ଓରାମଙ୍କ ସହିତ ଆଲୋଚନା

1 min read
Spread the love

ନିକଟରେ ରାଉରକେଲା ଶିଳ୍ପ ଓ ବଣିକ ସଂଘର ନୂତନ କମିଟି ନିର୍ବାଚିନ ହୋଇ କମିଟିର କର୍ମକର୍ତ୍ତା ଦାୟିତ୍ବ ନେଇଥିଲେ । ଏହି କ୍ରମରେ ଏହି ନୂତନ କମିଟିର ସଭାପତି ସୁନୀଲ କାୟଲଙ୍କ ନେତୃତ୍ବରେ ସାଂସଦ ଜୁଏଲ ଓରାମଙ୍କ ସହିତ ଆଲୋଚନା କରାଯାଇଛି । ଆଲୋଚନାରେ ମୁଖ୍ୟତଃ ତିନୋଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ପ୍ରସଙ୍ଗଗୁଡ଼ିକ ହେଉଛି ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା , କଲୁଙ୍ଗା-ଲାଠିକଟା ମଧ୍ୟରେ ରାଉରକେଲାକୁ ବାଇପାସ୍‌ କରି ଏକ ସଣ୍ଟିଙ୍ଗ ରେଳ ଲାଇନ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ ସହିତ ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣକାଳୀନ ବିମାନ ବନ୍ଦରରେ ପରିଣତ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା।

ଏହି ଆଲୋଚନା ପରେ ଶ୍ରୀ ଓରାମ ସଂଘର ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ପ୍ରଭାତ ଟ୍ରିବ୍ରେୱାଲ ଙ୍କ ସମେତ ଉପସଭାପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!