ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉରେ ୮କିଲୋରୁ ଅଧିକ ଗଞ୍ଜେଇ ଜବତ
1 min read
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ରାଉରକେଲା ରେଳ ଷ୍ଟେସନ ଅଞ୍ଚଳରେ ଚଢ଼ାଉ କରାଯାଇ ବେଆଇନଭାବେ ଚାଲାଣ ହେଉଥିବା ୮କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ବିଭାଗର ସବ୍ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସୂଚନା ମୁତାବକ ଷ୍ଟେସନ ଅଞ୍ଚଳରେ ଯାଞ୍ଚ କରାଯାଉଥିଲା। ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଲି ବ୍ୟାଗ୍ରେ ଯାଉଥିବା ଜଣେ ଯୁବକକୁ ଧରି ଯାଞ୍ଚ କରାଯାଇଥିଲା ।

ଯାଞ୍ଚ ପରେ ସୂବର୍ଣ୍ଣପୁର ଜିଲ୍ଲାର ତରଭା ଅଞ୍ଚଳର ଅଶିଷ ସେଠୀ ନାମକ ଜଣେ ଯୁବକଠାରୁ ଆଠ କିଲୋ ୮୩୫ ଗ୍ରାମ୍ର ଗଞ୍ଜେଇ ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଆଶିଷ ସେଠୀକୁ ଗିରଫ କରାଯାଈ କୋର୍ଟ ଚାଲାଣ କରାଯାଇଛି ।