ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ

1 min read
Spread the love

ରାଉରକେଲା ସହରର ସାମାଜିକ ପ୍ରତିବଦ୍ଧତା ରଖି ପ୍ରତିଷ୍ଠା ହୋଇଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଡ୍ରିମ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ସିଭିଲଟାଉନସିପ ଠାରେ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀ ଓ ଅଧ୍ୟକ୍ଷ ଅମୀୟ ଦାସ, ବରିଷ୍ଠ ସଦସ୍ୟ ଅଜୟ ପୂଜାରୀ ଓ ଆଲୋକ ବେହେରା ପ୍ରମୁଖ ଯୋଗଦେଇ ବିଗତ ବର୍ଷର କାର୍ଯ୍ୟଗୁଡିକୁ ସମୀକ୍ଷା କରିବା ସହ ଆଗକୁ କିପରି କାର୍ଯ୍ୟକ୍ରମ ଗୁଡିକ ଲୋକାଭିମୁଖି ହୋଇ ପାରିବ ସେ ସଂପର୍କରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଡ୍ରିମ ଟିମ୍ ସହରରେ ହେଉଥିବା ବିଭିନ୍ନ ଭୋଜିଭାତରେ ବଳକା ହେଉଥିବା ଖାଦ୍ୟ ଗୁଡିକ ସଂଗ୍ରହ କରି ଆବଶ୍ୟକତା ହେଉଥିବା ଭୋକିଲା , ଆଶ୍ରମ କିମ୍ବା ବସ୍ତି ଅଞ୍ଚଳରେ ବଣ୍ଟନ କରିଦେଇଥାନ୍ତି। ଏଥିପାଇଁ ଭୋଜିଭାତ କରୁଥିବା ଅନୁଷ୍ଠାନ ଗୁଡିକ ବଳକା ଖାଦ୍ୟ ରହିଲେ ଡ୍ରିମ୍ ଟିମ୍ ସହ ଯୋଗାଯୋଗ କରିଥାନ୍ତି । ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ସଙ୍ଗଠନର ବରିଷ୍ଠ ସଦସ୍ୟ ସନ୍ତୋଷ ସଏ, ମହେନ୍ଦ୍ର ମହାନ୍ତି, ବିକାଶ ବାନାର୍ଜୀ, ଅଜୟ ପ୍ରଧାନ, ମୀନତି ବାରିକ, ସୁଦୀପ୍ତା ଜେନା, ପଞ୍ଚାନନ ଜେନା, ଲିତାଞ୍ଜଳୀ ପତି, ସଲିତ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!