‘ସମର୍ପଣ’ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆସନ୍ତା ୨୩ରେ
1 min read
ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସମର୍ପଣ’ ତରଫରୁ ଆସନ୍ତା ୨୩ତାରିଖ ଦିନ ୫୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସହରର ଏକ ଘରୋଇ ରେସ୍ତୋରାଁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଝୁନୁ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସୁଚନା ମୁତାବକ ଜିଲ୍ଲାର ପ୍ରାୟ ୨୫ଟି ବିଦ୍ୟାଳୟର ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୩ତାରିଖ ଦିନ ସନ୍ଧ୍ୟାରେ ରାଉରକେଲା କ୍ଲବ ଠାରେ ସମ୍ବର୍ଦ୍ଧିତ କରାଯିବ । ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଉପ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ,ଡାକ୍ତର ଶ୍ୟାମସ୍ତୁତି ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୌଦାମିନୀ ସିଂହ ଯୋଗଦେବେ ଏହାସସହିତ ଏହି କାର୍ଯ୍ୟକ୍ରମରେ ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ମହମ୍ମଦ ଅଜିଜ୍, ସମ୍ପାଦକ ଇନ୍ଦରଜିତ ସିଂହଙ୍କ ସମେତ ରୀନା ସାମଲ, ପିଙ୍କି ପ୍ରିୟଦର୍ଶନୀ, ପ୍ରଞ୍ଜାଳୀ ନାଗ୍, ମହମ୍ମଦ ଖଲିଦ ଅଜିଜ, ରୀମା ସାମଲ ଓ ସତ୍ୟବାନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।