କାଳ ବୈଶାଖୀର ପ୍ରଭାବ : ଭାଙ୍ଗିଲା ଗଛ , ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବ୍ୟାଘାତ

1 min read
Spread the love

ସିଭିକ୍‌ ସେଣ୍ଟର ପ୍ରେକ୍ଷାଳୟ କ୍ଷତିଗ୍ରସ୍ତ : ୪ଦିନିଆ ଡ୍ରାମା ଉତ୍ସବ ସ୍ଥଗିତ ସମ୍ପର୍କରେ ସୂଚନା

ସୋମବାର ଅପରାହ୍ଣ ପ୍ରାୟ ୫ଟା ପରେ ପରେ ରାଉରକେଲା ସହରରେ ଆରମ୍ଭ ହୋଇଯାଇଥିଲା ବର୍ଷା, ପବନ ସହିତ ଘଡ଼ଘଡି ଓ ବିଜୁଳି। ଏହା ଯୋଗୁଁ ଇସ୍ପାତ ଶିଳ୍ପ ସହରାଞ୍ଚଳର ବିଭିନ୍ନ ସେକ୍ଟର ଅଞ୍ଚଳରେ ଏକାଧିକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।

ଯୁଧ୍ୟକାଳୀନ ଭିତ୍ତିରେ ଗଛ କଟାଯାଇ ରାସ୍ତା ଅବରୋଧ ହଟାଯାଇଛି। ଏହା ସହିତ ମହାନଗର ନିଗମର ବିଭିନ୍ନ ସ୍ଥାନରେ ମଧ୍ୟ ଗଛ ଓ ଗଛର ଡାଳ ଆଦି ଭାଙ୍ଗିବା ଯୋଗୁଁ କିଛି ଘଣ୍ଟା ପାଇଁ ବିଦ୍ୟୁତ ସେବା ଯୋଗାଣ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ସହରର ପ୍ରମୁଖ ସଂଯୋଗକାରୀ ରାସ୍ତା ଭାବେ ପରିଚିତ ରିଙ୍ଗ୍‌ରୋଡ୍‌ର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ଯୋଗୁଁ କିଛି ଘଣ୍ଟା ଧରି ରିଙ୍ଗ୍‌ରୋଡ୍‌ର ଆଲୋକ ବ୍ୟବସ୍ଥା ବନ୍ଦ ରହିଥିଲା । ସୂଚନା ମୁତାବକ ସହରର ଏକ ପ୍ରମୁଖ ପ୍ରେକ୍ଷାଳୟଭାବେ ପରିଚିତ ସେକ୍ଟର-୧୯ ସ୍ଥିତ ସିଭିକ୍‌ ସେଣ୍ଟର କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ୨୦ ତାରିଖରୁ ହେବାଉ ଥିବା ଡ୍ରାମା ଉତ୍ସବ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!