ଅନ୍ବେଷା ଦ ହେଲ୍ପିଙ୍ଗ ହ୍ୟାଣ୍ଡ୍ ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ବେଷା ଦ ହେଲ୍ପିଙ୍ଗ ହ୍ୟାଣ୍ଡ୍ ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସିଭିକ ସେଣ୍ଟରଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସମାଜସେବୀ କମଳ ଅଗ୍ରୱାଲ ଓ ଅନୀତା ଅଗ୍ରୱାଲ ଯୋଗଦେଇଥିଲେ । ସଙ୍ଗଠନର ସଭାପତି କଳ୍ପନା ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡା ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ । ସାଧାରଣ ସମ୍ପାଦକ ରଶ୍ମିତା ପଣ୍ଡା ଅନୁଷ୍ଠାନର ବି ଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କିଛିଦିନ ପୂର୍ବେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଏହି ପ୍ରତିଯୋଗୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।