ସଞ୍ଜନା ପତି ହେଲେ ଗରିମା ସିଜିନ୨ ର ରଜ ରାଜକୁମାରୀ

1 min read
Spread the love

ରାଉରକେଲା ସହରର ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ସିଜିନ-୨ ର ରଜ ରାଜକୁମାରୀ ବିଜେତା ହୋଇଛନ୍ତି ସଞ୍ଜନା ପତି। ସେହିପରି ପ୍ରଥମ ରନର୍ସ ଭାବେ ସ୍ବପ୍ନା ରାଜହଂଶ ଓ ଦ୍ବିତୀୟ ରନର୍ସ ଅପ ଭାବେ ଅମିଶା ମହାନ୍ତି ବିଜୟୀ ହୋଇ ମୁକୁଟ, ମେମୋଣ୍ଟୋ ଓ ଗିଫ୍ଟ ଭାଉଚର ପୁରସ୍କାର ଲାଭ କରିଛନ୍ତି। ଏହାସହିତ ଏହି କାର୍ଜ୍ୟକ୍ରମ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପୋଡପିଠା, ମେହେନ୍ଦୀ , ପାନଭଙ୍ଗା ଓ ପୁଚି ଖେଳରେ ବିଜେତା ଓ ଉପବିଜେତା ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ଉଦଘାଟକ ଭାବେ ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତି ସୁନିଲ୍ କାୟଲ ଓ ସମ୍ମାନିତ ଅତିଥି ଭାବେ ଭଗବାନ ପତି, ଦିଲ୍ଲୀପ ମହାପାତ୍ର, ଆଶା ତନ୍ତୀ, କେ କେ ପୋଦ୍ଦାର, କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ଅମିତ ଅଗ୍ରୱାଲ, ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ତିଥିମାନେ ରଜ ମହୋତ୍ସବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବ ଏବଂ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଓଲିଉଡର କଳାକାର ପୁପିନ୍ଦର, ପ୍ରିୟଙ୍କା ମହାପାତ୍ର ଓ ଜ୍ୟୋତିସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ରଶ୍ମିବାଳା ରାଉତରାୟ, ରଶ୍ମିତା ସାହୁ, କେତକୀ ଭଟ୍ଟାଚାର୍ଯ୍ୟ, ରଶ୍ମି ମିଶ୍ର, ନିରୁପମା ପ୍ରଧାନ, ରୁବି ରାୟ,ଡଃ ରେଣୁବାଳା ସ୍ବାଇଁ ଓ ମମତା ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଗରିମା ପରିବାରର ମମତା ନାୟକ, ସିଲି ମହାନ୍ତି, ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ଶର୍ମିଲା ରାଜଗୁରୁ, ଡଃ ସରିତା ମଲ୍ଲ,ସନ୍ତୋଷୀ ମଲ୍ଲିକ,ରେବତୀ ବାରିକ, ମମତା ଦାସ, ଶଙ୍ଖରିନା ପ୍ରଧାନ,ମୋନାଲିସା ଗୌଡ, ନିହାରିକା ବସ୍ତିଆ, ଦେବସ୍ମିତା ଶତପଥୀ, ମୀନାକ୍ଷୀ ପାଢୀ, ଲୀନା ତ୍ରିପାଠୀ, ମୀନତି ମୋଦି, ରଶ୍ମି ମହାନ୍ତି,ରୀନା ତିୱାରୀ,ସୁନିତା ଶ୍ରୀନିବାସନ ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ରଶ୍ମିତ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!