ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉଦ୍ଧାର ହେଲା ୫ ଫୁଟିଆ ଢମଣା ସାପ
1 min read
ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି ୫ ଫୁଟିଆ ଢମଣା ସାପ। ପ୍ରଥମେ ସାପଟିକୁ ଦେଖି ସମସ୍ତେ ଭୟ ପାଇଯାଇଥିଲେ। ପରେ ସାପ ଉଦ୍ଧାରକାରୀ ଦଳର ସଦସ୍ତ ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ୱରେ ତରଣୀ ନାୟକ, ଓ ରାଜେଶ ନାୟକ ସାପଟିକୁ ଧରି ଜଙ୍ଗଲରେ ଛାଡ଼ିଥିଲେ। ସୂର୍ଯ୍ୟକାର୍ଣ୍ତଙ୍କ ସୂଚନା ମୁତାବକ ସାପମାନେ ଖାଦ୍ୟ ସଂଗ୍ରହ ପଇଁ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି।