ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

1 min read
Spread the love

ଆସନ୍ତା ୨୧ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ରାଉରକେଲାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମିତି ପକ୍ଷରୁ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି। ଏଥିରେ ବିଭିନ୍ନ ସଙ୍ଗଠନ ଯଥା: ଉତ୍କଳ ଗାୟତ୍ରୀ ଯୁବ ପରିଷଦ, ରୋଟାରୀ କ୍ଲବ୍‌, ରୟାଲ, ରୋଟାରୀ କ୍ଲବ୍‌ କୁଇନ୍‌, ଅନ୍ତରାଷ୍ଟ୍ରୀୟ ନେଚୁରାପାଥି ସଙ୍ଗଠନ, ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍‌, ସୁନ୍ଦରଗଡ଼, ଲାଏନ୍ସ କ୍ଲବ୍‌ କୋହିନୁର, କଳିଙ୍ଗ ସ୍ପୋର୍ଟ୍ସ ଫେଡେରେସନ, ରାଉରକେଲା ଶିଳ୍ପ ଓ ବଣିକ ସଂଘ, ଇନର ହୁିଲ କ୍ଲବ୍‌ ରାଉରକେଲା ଆଦି ସଙ୍ଗଠନର ସଦସ୍ୟମାନେ ଭାଗ ନେବେ ବୋଲି ସୂଚନା ଦିଆଯାଇଛି।

ରାଉରକେଲା ସହରର ଉଦିତ ନଗର ପରେଡ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଏକ ସମିତି ଗଠନ କରାଯାଇଛି। ଏହି ସମିତିରେ ସୁନିଲ କାୟଲ, କମଲ ଡାଲମିଆ, ଅଶୋକ ଅଗ୍ରୱାଲ, ବାଲମୁକୁନ୍ଦ କଦ୍‌ମାୱାଲା, ଭଗବାନ ପତି, ଫକୀର ଚରଣ ମହାନ୍ତି ପ୍ରମୁଖ ରହିଛନ୍ତି। ସୂଚନା ମୁତାବକ ଯୋଗ ଦିବସ ଉପଲକ୍ଷେ ସାମୁହିକ ଯୋଗାସନ କାର୍ଯ୍ୟକ୍ରମ ସକାଳା ୬ଟାରୁ ଆରମ୍ଭ ହୋଇ ୭ଟା ୩୦ ପର୍ଯ୍ୟନ୍ତ ଚାଲିବ।   

Leave a Reply

Your email address will not be published. Required fields are marked *

error: Content is protected !!