ଟିଟିଲାଗଡ଼ରେ ଆଠ ବର୍ଷ ର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ : କାରଣ ଅସ୍ପଷ୍ଟ
1 min read
ଟିଟିଲାଗଡ ନିକଟସ୍ଥ ଘଣ୍ଟବାହାଲି ଗ୍ରାମ ରେ ଗତ ଶନିବାର ସନ୍ଧ୍ୟା ପ୍ରାୟ ୪ ଘଣ୍ଟା ସମୟ ରେ ଗ୍ରାମ ରେ ଥିବା ଏକ ଇଣ୍ଡିକା କାର ରୁ ଏକ ଆଠ ବର୍ଷ ର ଶିଶୁ ପୁତ୍ର ର ମୃତ ଦେହ ଉଦ୍ଧାର କରାଯାଇ ଥିଲା। ସ୍ଥାନୀୟ ଗ୍ରାମବାସୀ ଙ୍କ ସୁଚନାନୂଯାୟୀ ପ୍ରାୟ ଦିନ ତିନି ଘଣ୍ଟା ଧରି ମୃତ ବାଳକ ଗାଡି ଭିତରେ ମୃତ ଅବସ୍ଥାରେ ରହିଥିଲା । ଗ୍ରାମବାସୀ ମୃତ ଶିଶୁ ପୁତ୍ର ର ପରିବାର ଲୋକ ଙ୍କୁ ଖବର ଦେବା ସହ ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ ମୃତ ଦେହକୁ ଉଦ୍ଧାର କରି ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ଙ୍କ ନେତୃତ୍ବରେ ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି। ମୃତଦେହକୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଡାକ୍ତରି ମାଇନା କରାଯାଉ ଥିବା ବେଳେ ଏ ନେଇ ସ୍ଥାନୀୟ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବାଳକ ର ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ଓ କେହି ହତ୍ୟା କରିଦେଇଥିବା ଆଦି ଚର୍ଚ୍ଚା ହେଉଛି ।