ଖପ୍ରାଖୋଲରେ ବେଆଇନ୍ କଫ ଶିରଫ କାରବାର ରାକେଟ୍ ଠାବ : ପାଞ୍ଚ ଗିରଫ
1 min read
ଖପ୍ରାଖୋଲରେ ବେଆଇନ୍ କଫ ଶିରଫ କାରବାର ରାକେଟ୍ ଠାବ : ପାଞ୍ଚ ଗିରଫ
ବଲାଙ୍ଗିର ଜିଲ୍ଲାରେ କଫ ସିରଫ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହି କ୍ରମରେ ଖପ୍ରାଖୋଲ ପୋଲିସ ବେଆଇନ କଫ୍ ସିରଫ ଚାଲାଣ ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ରାକେଟ ଚଳାଉଥିବା ଏକ ବଡ଼ ଗ୍ୟାଙ୍ଗର ୫ଜଣଙ୍କୁ ପୋଲିସ ଧରିଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଜାମଚୁଆଁ ଗାଁ ର କମଳାକାନ୍ତ ଖମାରୀ, ହାଜପାଣୀ ଗାଁ ର ଧୁବା ମେହେର, ଜାମଚୁଆଁ ଗାଁ ର ଜଗନ୍ନାଥ ଶବର, ମହନୀଲହ ଗାଁ ର ଧବଳେଶ୍ଵର ସାହୁ, ମଲିକଦରୋ ଗାଁ ର ତ୍ରୀନାଥ ରଣା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହିତ ଗିରଫ ଅଭିଯୁକ୍ତମାନଙ୍କଠାରୁ ୧୦୧ ବୋତଲ କଫ ସିରଫ ସମେତ ନିଶା ବଟିକା, ଦୁଇଟି ପଲସର ବାଇକ୍, ନଗଦ ୧୪୦୦ ଟଙ୍କା ଜବତ କରାଯାଇଛି। ଏ ସମ୍ପର୍କରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।