ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ତିଥିରେ ଗୋପବନ୍ଧୁ ପାଠାଗାରର ଶ୍ରଦ୍ଧାଞ୍ଜଳି

1 min read
Spread the love

ପବିତ୍ର ନେତ୍ରୋତ୍ସବ ଅବସରରେ ୯୫ ବର୍ଷ ପୂର୍ବେ ଓଡିଆ ଜାତିର ପ୍ରାତଃ ସ୍ମରଣୀୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମହାପ୍ରୟାଣ ହୋଇଥିଲା। ଏହି ମହାପୁରୁଷଙ୍କ ନାମରେ ନାମିତ ରାଉରକେଲା, ଛେଣ୍ଡ୍ କଲୋନୀର ‘ଗୋପବନ୍ଧୁ ପାଠାଗାର’ ଆରମ୍ଭରୁ ଏହି ମହାପୁରୁଷଙ୍କ ଜୟନ୍ତୀ ଏବଂ ମହାପ୍ରୟାଣ ଦିବସ ନିରବଚ୍ଛିନ୍ନ ଭାବେ ପାଳନ କରି ଆସୁଛି। ଏହି କ୍ରମରେ  ପାଠାଗାରର ସଦସ୍ୟ ମାନେ ସମ୍ମିଳିତ ହୋଇ ପାଠାଗାର ସମ୍ମୁଖସ୍ଥ ଏବଂ ଚିନ୍ମୟ ଛକ ଠାରେ ଅବସ୍ଥାପିତ ଉତ୍କଳ ମଣିଙ୍କ ପ୍ରତିମୂର୍ତ୍ତିରେ ଧୂପ ପୁଷ୍ପ ପ୍ରଦାନ ସହ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶ୍ବନାଥ ବେହେରା, ରବୀନ୍ଦ୍ର କୁମାର ସରାଫ, ଡ. ଗିରିଜା  ଶଙ୍କର ଗୋସ୍ବାମୀ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, ଜଗବନ୍ଧୁ ଜେନା, ଦେବରାଜ ଗଉଡ଼, କୈଳାଶ ଚନ୍ଦ୍ର ସାମଲ, ରାଜକୁମାର ମହାନ୍ତି, ନୀରଦ ଭୂଷଣ ପଟ୍ଟନାୟକ, ଅଜୟ କୁମାର ମହାନ୍ତି, ଶରତ କୁମାର ମହାନ୍ତି, ବିଶ୍ବନାଥ ଜେନା, ବିବେକାନନ୍ଦ ଜେନା, ବିଜୟ କୁମାର ବରାଳ, ଜୟନ୍ତ କୁମାର ମିଶ୍ର, ସୁଦାମ ଦାସ, ଧୃବ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!