ବିଜୁ ମହିଳା ସମିତି ପକ୍ଷରୁ ରଜ ଉତ୍ସବ ପାଳନ
1 min read
ଛେଣ୍ଡ୍ କଲୋନୀ ସ୍ଥିତ ବିଜୁ ମହିଳା ସମିତି ପକ୍ଷରୁ ରଜ ଉତ୍ସବ ପାଳନ ହୋଇଯାଇଛି। ସମିତିର କାର୍ଯ୍ୟକାରୀ ସଭାପତି ତାରିଣୀ ସେଠୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଶ୍ରୀମତୀ ମିଶ୍ର ଏହି ରଜ ପର୍ବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାରର ପିଠାପଣାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ମହିଳା ସମିତିର ଜେମାମଣି ମଢ଼ୁଆଳ, ପ୍ରଭାସିନୀ ସାମଲ, କବିତା ବେହେରା, କବିତା ରଥ, ଅଞ୍ଜଳି ମିଶ୍ର, କବିତା ଚୌଧୁରୀ, ଗୀତା ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ରେଖା କୋଠାରୀ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ପୁରସ୍କୃତ କରିଥିଲେ।