ଡାଲମିଆ ସିମେଣ୍ଟ ପକ୍ଷ୍ୟରୁ ରଜ ମହୋତ୍ସବ ପାଳିତ
1 min read
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଥିବା ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ ତରଫରୁ ୩ ଦିନ ଧରି ରଜ ମହୋତ୍ସବ ଧୁମ ଧାମ ରେ ପାଳନ କରାଯାଇଛି। ଏହି ଅବସର ରେ ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଓଡିଶାର ପରମ୍ପରା ସଂସ୍କୃତି ଅନୁଯାୟୀ ଝିଅ, ବୋହୁ ମାନଙ୍କ ମଧ୍ୟରେ ଝୋଟି ,ହୁଳହୁଳି, ଶଙ୍ଖ ବଜାଇବା ପ୍ରତିଯୋଗିତା ମାନ ଆୟୋଜନ ସହ ଲୁଡୁ ଖେଳ ,ଗୁଡ଼ି ଉଡାଇବା ଏବଂ ରଜପାନ ଓ ଦୋଳି ଖେଳ ଅନୁଷ୍ଠିତ ହୋଇଥିଲା । ଏହା ସହିତ ମ୍ୟୁଜିକାଲ ଚେୟର, ମାର୍ବଲ ସ୍ପୁନ ରେସ, ଟଗ ଅଫ ୱାର, ସ୍କିପିଂଗ, ବାସ୍କେଟ ବଲ, ବହୁ ଚୋରି ଓ ମାଟି ହାଣ୍ଡି ରେସ ଭଳି ଅନେକ ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରଜ ପର୍ବ ର ଶେଷ ଦିନ ଅବସର ରେ ସ୍ଥାନୀୟ କମ୍ପାନୀ ଅଡ଼ିଟରିଅମ ରେ ଏକ ଚିତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଅଶ୍ୱିନୀ ଡାଲମିଆଙ୍କ ନେତୃତ୍ବ ରେ ହୋଇଥିବାଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଜାତୀୟ ଉତ୍ପାଦନ ମୁଖ୍ୟ ଗଣେଶ ଜିରକୁଣ୍ଟୱାର, କାର୍ଯ୍ୟନିର୍ବାହୀ ନିର୍ଦେଶକ ଡିସିବିଏଲ୍ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଚେତନ ଶ୍ରୀବାସ୍ତବ, ରିଫ୍ରାକଟୋରୀ ମୁଖ୍ୟ ବୀରେନ୍ଦ୍ର ପ୍ରସାଦ ଅତିଥି ଭାବେ ଯୋଗଦେଇଥିଲେ ।

ରଜ ଏକ ଗଣ ପର୍ବ ହୋଇଥିବା ବେଳେ ଜାତି ,ଧର୍ମ,ନିର୍ବିଶେଷରେ ସମସ୍ତେ ନିଜ ନିଜ ଭିତରେ ସ୍ନେହ, ପ୍ରେମ ,ଭାଇ ଚାରା ବୃଦ୍ଧି କରିବା ନେଇ ବିଭନ୍ନ ପ୍ରକାର ର ସାସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଶେଷରେ ଶ୍ରୀ କୃଷ୍ଣ ଜନ୍ମlଷ୍ଟମୀ ଗୀତି ନାଟ୍ୟ ସଞ୍ଜୁଶ୍ରୀ ଡାଲମିଆ, ରାଧାରାଣୀ ପଟ୍ଟନାୟକ, ଜସ୍ମିନ ଦାସ , ସନ୍ଧ୍ୟା ପାଣିଗ୍ରାହୀ, ଅନୁଭା ଅଭିଲିପ୍ସl, ପ୍ରଭା ନାୟକ, ସୁନିତା ସାହୁ, ଲୁସି ମହାପାତ୍ର, ଇତିନା ମିଶ୍ର, ସାଇ ଭୱାନୀ, ଶର୍ମିଷ୍ଠା ଦାସ, ଗାରିମା ଡାଲମିଆ ଓ କଲୋନୀର ମହିଳା ମାନଙ୍କ ଦ୍ୱାରା ମଞ୍ଚସ୍ଥ କରାଯାଇଥିଲା । ଏହି ଗୀତି ନାଟ୍ୟ ସମସ୍ତଙ୍କୁ ଭାବବିଭୋର କରି ଦେଇ ଥିବା ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କୁ ଓଡିଶାର ସଂସ୍କୃତି ଓ ଶ୍ରୀ କୃଷ୍ଣ ଲୀଳା ମନେ ପକାଇ ଦେଇଥିଲା ।
ଶ୍ରୀ ଜିରକୁଣ୍ଠୱାର ଉପସ୍ଥିତ ଦର୍ଶକଙ୍କୁ ରଜ ପର୍ବ ସୂଭେଛl ଜଣାଇଥିଲେ ଏବଂ ରଜ ମହୋତ୍ସବ ଆୟୋଜକ ଅଶ୍ୱିନୀ ଡାଲମିଆ, ଡି ସି ଦlସପଟନାୟକ, ଦିଲୀପ ସିଂ, ଦୁର୍ଗେଶ ମିଶ୍ର, ସୁଶାନ୍ତ ପାଣିଗ୍ରାହୀ, ଅଜୟ ପଣ୍ଡା, ବୀରେନ୍ଦ୍ର କୁମାର, ଡ଼.ସରୋଜିନୀ ସାହୁ, ସୁଭ୍ରାସୁ ଦାସ, ସୋମନାଥ ପରିଡା, ଶ୍ରୀଚନ୍ଦନ ଦାସ, ଅମିତ ପାଣ୍ଡେ, ସଞ୍ଜୟ ବାନାର୍ଜୀ, ଶିବ ନାରାୟଣ ପରିଜା, ଗୌତମ ମାରଥୀ ଓ ଜି ଲେ ଜରା ଦଳ ଏବଂ ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ପ୍ରସଂଶା କରିଥିଲେ । ଶେଷରେ ଶ୍ରୀ ଜଗନ୍ନାଥ ମହାପ୍ରସାଦ ସମସ୍ତଙ୍କୁ ବିତରଣ କରାଯାଇଥିଲା ।