ଟିଟିଲାଗଡ଼ରେ ଆମଲା ସଙ୍ଘ ର ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ : ସାଧାରଣ ଲୋକେ ହଇରାଣ

1 min read
Spread the love

ସାରା ରାଜ୍ୟରେ ଅମଲା ଙ୍କ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ସାଧାରଣ ଲୋକେ ହଇରାଣ ହରକତ ର ଶିକାର ହେଉଥିବା ଦେଖା ଯାଉଛି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ମିଳିତ ଆମଲା ସଂଘ ତରଫରୁ ମଧ୍ୟ ଆନ୍ଦୋଳନ ଚାଲିଛି। ସୂଚନା ମୁତାବକ  ଓ ଆର ଏସ ପି ରୁଲ/୨୦୧୭ କୁ କାର୍ଯ୍ୟକ୍ଷମ କରିବା, ଲେବେଲ -୪ ରୁ ଲେବେଲ-୯ ପର୍ଯ୍ୟନ୍ତ  ସମସ୍ତ ଆମାଲା ଙ୍କ ମୂଳ ଦରମା ପ୍ରଦାନ ଆଦି ଦାବି କରି  କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ଦେଖା ଯାଉଛି।

ସେହିପରି ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଆମଲା ଧାରଣା ଦେଇଥିବା ବେଳେ  ଆବାସ ଯୋଜନା, ବିଭିନ୍ନ ପ୍ରମାଣ ପତ୍ର ନିମନ୍ତେ ଲୋକେ ଆସି ହଇରାଣ ହରକତ ହୋଇ ଆସୁଥିବା ଦେଖାଯାଉଛି। ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ଆମଲା ସଙ୍ଘ ତରଫରୁ ତୁରନ୍ତ ସମସ୍ତ ଦାବି ପୂରଣ କରାଯାଉ ବୋଲି ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!