ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଆବଶ୍ୟକତା ଉପରେ ଆଲୋଚନାଚକ୍ର

1 min read
Spread the love

ଏକଦା ରାଉରକେଲା କୁ ଶିକ୍ଷାର ରାଜଧାନୀ କୁହାଯାଉଥିଲା। ବ୍ୟାପକ ଭିତ୍ତିଭୂମି ଥିବାସତ୍ତ୍ବେ ଏଠାରେ ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଅଭାବ ଅଛି ବୋଲି ଏନଆଇଟି ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ସୁନିଲ୍ ଷଡଙ୍ଗୀ ମୁଖ୍ୟଅତିଥିଭାବେ ଯୋଗଦେଇ ମତ ରଖିଛନ୍ତି। ନିର୍ମଳ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାଧିକା ରିଜେନ୍ସି ଠାରେ ଏକ ଆଲୋଚନାଚକ୍ର ଓ ରଜ ଉତ୍ସବ ପାଳନ ଅବସରରେ  ଡଃ ଷଡଙ୍ଗୀ ଛୋଟପିଲାଙ୍କ ସ୍ବପ୍ନରେ ବାଧକ ଯେପରି ନହୁଏ , ଏଥିପାଇଁ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଅଭିଭାବକଙ୍କ ଇଛା କୁ ପିଲାମାନଙ୍କ ଉପରେ ଲଦିଲେ ଫଳ ଭଲ ହୋଇ ନଥାଏ। ସେହିପରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଗରେ ବସୁଥିବା ପିଲା ଓ ପଛରେ ବସୁଥିବା ପିଲା ଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବା ଉଚିତ୍ ନୁହେଁ ବୋଲି ପରାମର୍ଶ ଦେଇଥିଲେ। ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଅଭାବ କୁ ଆଣ୍ଟି ନିର୍ମଳା ପ୍ଲେ ସ୍କୁଲ ପୂରଣ କରିପାରିବ ବୋଲି ସେ ଆଶାପ୍ରକଟ କରିବା ସହ ପୂର୍ବର ଶିକ୍ଷା ଓ ସାମ୍ପ୍ରତିକ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ। ନିର୍ମଳ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟର  ଟ୍ରଷ୍ଟି ରବି ଦାସଙ୍କ ଆବାହକତ୍ବ ଓ  ରୋଟାରୀଆନ ସ୍ମିତା ଆଥେରିଆଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ସମ୍ମାନିତ ଅତିଥି ଭାବେ ଡିଏଭି ପବ୍ଲିକ୍ ସ୍କୁଲର ପଶ୍ଚିମାଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଲୋକନାଥ ପ୍ରଧାନ, କୋଏଲ ଫ୍ରେସର ମୁଖ୍ୟ ଆଶୁତୋଷ, ଗୁରୁନାନକ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଡଃ ମନଭିନ କୌର, ସେକ୍ଟର ୧୬ ଡଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌର, ସେକ୍ଟର ୨ କଳିଙ୍ଗ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଡଃ ଶରତ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ମତ ବିନିମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ଦାଶ, ଶାନ୍ତି ଦାଶ, ଏସ ଏନ ଦାଶ, ବିଜୟ ମିଶ୍ର, ଅନୁପମ ଗୁପ୍ତା, ଡଃ ଅଞ୍ଜନା ମୈତ୍ର, ରାଜା ମହାନ୍ତି, କୁଞ୍ଜବିହାରୀ ରାଉତ, ବିଷ୍ଣୁଦୟାଲ  ଅଗ୍ରୱାଲ, ସୁନିଲ୍ କୟାଲ, ସନ୍ତକ ସିଂ ଭୁଏ, ସୁସ୍ମିତା ଚୌଧୁରୀ, ମଧୁସ୍ମିତା ସେନ୍, ଅଶୋକ କକ୍କଡ, ଦେବକୁମାର ଚୌଧୁରୀ, ଅମ୍ରିତା ସରକାର, ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!